ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏହି ନିର୍ଦେଶନାମାରେ କୁହାଯାଇଛି , କରୋନାର ଲକ୍ଷଣ ନ ଥିଲେ ସାଧାରଣ ରୋଗୀଙ୍କୁ କରୋନା ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ।
ନିୟମିତ ଭାବେ ଡାଏଲିସିସ୍ କିଂବା କେମୋ ଥେରାପୀ ପାଇଁ ଆସୁଥିବା ରୋଗୀଙ୍କୁ ଘରୋଇ ଡାକ୍ତରଖାନାଗୁଡ଼ିକ କରୋନା ପରୀକ୍ଷା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଘରୋଇ ହସ୍ପିଟାଲଗୁଡ଼ିକ କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି । ଏହାଛଡ଼ା ଅନ୍ୟ ରୋଗର ନିୟମିତ ଚିକିତ୍ସା ପୂର୍ବ ପରି ଚାଲୁ ରଖିବାକୁ କୁହାଯାଇଛି ।
ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ହସ୍ପିଟାଲ/କ୍ଲିନିକ ବିଶେଷ କରି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଡାଇଲେସିସ୍, ରକ୍ତ ସଂକ୍ରମଣ, କେମୋଥେରାପି ରୋଗୀଙ୍କୁ ଫେରାଇବାକୁ ବାରଣ କରାଯାଇଛି। ଏଥିରେ ଖିଲାପ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବି ଚେତାବନୀ ଦିଆଯାଇଛି।