୪୦ ଦିନରେ ୧୦୦, ମାତ୍ର ୧୧ ଦିନରେ ଶହେରୁ ୨୦୦ ଅତିକ୍ରମ କରିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରେ ୧୫୪ ଜଣ ପୁରୁଷ ୫୧ ଜଣ ମହିଳା ରହିଛନ୍ତି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ସଂଖ୍ୟା ବୃଦ୍ଧି ପାଇ ୧୦୦ରେ ପହଞ୍ଚିବାକୁ ପାଖାପାଖି ୪୦ ଦିନ ଲାଗିଥିଲା। ଗତ ଏପ୍ରିଲ୍ ୧୫ ତାରିଖରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୦୦ରେ ପହଞ୍ଚିଥିଲା। ଏହାପରେ ପ୍ରାୟ ୧୧ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଦୁଇ ଶହ ଅତିକ୍ରମ କରିଛି ।

ଆଜି ରାଜ୍ୟରେ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି।

ଆଜି ଚିହ୍ନଟମାନଙ୍କ ଭିତରୁ ୧୭ଜଣ ଗଞ୍ଜାମ ଓ ୩ ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛି। ମୟୂରଭଞ୍ଜକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟର ୧୮ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ରାଜ୍ୟରେ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାର ଟପି ଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟରେ ୫୦ ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୩ ହଜାର ୬୦ ପରୀକ୍ଷା ହୋଇଛି ।

 

ସମ୍ବନ୍ଧିତ ଖବର