ଅତିରିକ୍ତ ବଜେଟ୍ :ସ୍ବାସ୍ଥ୍ୟ ଓ ପଞ୍ଚାୟତିରାଜ କ୍ଷେତ୍ର ଉପରେ ଗୁରୁତ୍ବ, ରାଜ୍ୟର ଋଣଭାର ୯୭,୮୨୩ କୋଟିକୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଚଳିତ ଆର୍ଥିକ ବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସ୍ବାସ୍ଥ୍ୟ ଓ ପଞ୍ଚାୟତିରାଜ କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲାଗି ୧୭୬୮.୭୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଲାଗି ୨୦୪୬.୧୧ କୋଟି ଟଙ୍କା, ଅର୍ଥ ବିଭାଗକୁ ୨୩୬୩ କୋଟି ଟଙ୍କା, ବିପର୍ଯ୍ୟୟ ପରିଚାଳନା ପାଇଁ ୧୪୮୪.୨୨ କୋଟି ଟଙ୍କା, ଖାଦ୍ୟ ଓ ଯୋଗାଣ ବିଭାଗକୁ ୧୦୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ଏହି ଅତିରିକ୍ତ ବଜେଟରେ ଶକ୍ତି ବିଭାଗକୁ ୯୫୬.୮୦ କୋଟି ଟଙ୍କା, ସ୍କୁଲ ଓ ଗଣଶିକ୍ଷା ବିଭାଗ ଲାଗି ୪୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଅନ୍ୟପକ୍ଷରେ କରୋନା ମହାମାରୀ ଯୋଗୁଁ ରାଜ୍ୟର  ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି ।  ଚିନ୍ତାଜନକ ବିଷୟ ହେଉଛି ରାଜ୍ୟର ଋଣଭାର ୯୭,୮୨୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ୬.୫% ହ୍ରାସ ପାଇଥିବାବେଳେ ନିଜସ୍ବ ରାଜସ୍ବ ୧.୭ ପ୍ରତିଶତ ବୃଦ୍ଧି ପାଇଛି । ଗତ ଫେବ୍ରୁଆରି ମାସରେ ହୋଇଥିବା ଖଣି ନିଲାମ ଯୋଗୁଁ ରାଜ୍ୟ ସରକାରଙ୍କ ନିଜସ୍ବ ରାଜସ୍ବ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର