ଭୁବନେଶ୍ବର : ସମ୍ବଲପୁର, ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କଳାହାଣ୍ଡିରେ କେନ୍ଦ୍ରୀୟ ଟିମର ଚାଉଳ ଯାଞ୍ଚ ରିପୋର୍ଟକୁ ଅସ୍ବୀକାର କରିଛି ରାଜ୍ୟ ଯୋଗାଣ ନିଗମ। ପୁନର୍ବାର ଚାଉଳ ମାନ ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି କରିଛନ୍ତି ଯୋଗାଣ ନିଗମ ଅଧ୍ୟକ୍ଷ। ଏଥିସହିତ ଚାଉଳ ଯାଞ୍ଚ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଟିମ ୧୧୨ଟି ଚାଉଳ ନମୁନା ସଂଗ୍ରହ କରି ଦିଲ୍ଲୀସ୍ଥିତ ପରୀକ୍ଷାଗାରକୁ ପଠାଇଥିଲା। ୧୦୨ ନମୁନା କେନ୍ଦ୍ର ସରକାରଙ୍କ ନିର୍ଧାରିତ ଗୁଣାତ୍ମକମାନ ପରୀକ୍ଷାରେ ଫେଲ୍ ହୋଇଥିଲା। ୩୯ଟି ନମୁନା ଖାଇବା ଅନୁପଯୋଗୀ ବୋଲି ରିପୋର୍ଟରେ କୁହାଯାଇଥିଲା। ଏଥିରେ ଦାୟୀ ମିଲର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିଲା। ଏସଂକ୍ରାନ୍ତରେ ଏଫସିଆଇ ମଧ୍ୟ କିଛି ଦିନ ପୂର୍ବରୁ ଯୋଗାଣ ନିଗମକୁ ଚିଠି କରିଥିଲା। ମାତ୍ର ଚାଉଳ ଅଖାଦ୍ୟ କିମ୍ବା ଗୁଣାତ୍ମକମାନ ଦୃଷ୍ଟିରୁ ଅନୁପଯୋଗୀ ନୁହେଁ ବୋଲି ରାଜ୍ୟ ଯୋଗାଣ ନିଗମ କହିଛି। ଏଥିଯୋଗୁଁ ଦାୟୀ ମିଲର କିମ୍ବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବିଭାଗ ପକ୍ଷରୁ କୁହାଯାଇଛି।
କେନ୍ଦ୍ରୀୟ ଟିମର ଚାଉଳ ଯାଞ୍ଚ ରିପୋର୍ଟକୁ ଗ୍ରହଣ କରୁନି ରାଜ୍ୟ ଯୋଗାଣ ନିଗମ: ପୁନର୍ବାର ଯାଞ୍ଚ ପାଇଁ ଚିଠି
/sambad/media/post_attachments/wp-content/uploads/2020/05/pds-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)