ରାଜ୍ୟରେ ଦିନକୁ ୭୩୦୦ ଆରଟିପିସିଆର ଟେଷ୍ଟ କରାଯିବ : ନବ ଦାସ
ଭୁବନେଶ୍ବର : ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ ବାହାର ରାଜ୍ୟର କରୋନା ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି । ରାଜ୍ୟରେ ଦିନକୁ ୭ ହଜାର ୩ ସହ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଛଡା ସ୍ଥିତିର ତଦାରଖ କରିବାକୁ ସ୍ବତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ବାହାରୁ ଆସୁଥିବା ସମସ୍ତଙ୍କ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଗୋଟିଏ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇ ସମସ୍ତ ଜିଲାପାଳ ଓ ସିଡ଼ିଏମଓଙ୍କୁ ପଠାଯାଇଛି । ଆରଏମଏସି ନିର୍ଦ୍ଦେଶକଙ୍କୁ ସେରୋ ସର୍ଭେ ପାଇଁ ପ୍ରସ୍ତାବ ଦିଆଯାଇଛି । ସମ୍ବଲପୁର, ରାଉରକେଲା, କଟକ, ଭୁବନେଶ୍ୱର, ପୁରୀରେ ସେରୋ ସର୍ଭେ ହେବ । ଦେବଗଡ଼ ଓ ନୟାଗଡ଼ରେ ଆରଟିପିସିଆର ଟେଷ୍ଟିଂ ଲାବ୍ରୋଟୋରି ତୁରନ୍ତ ଖୋଲିବା ପାଇଁ କୁହାଯାଇଛି । ଟେଷ୍ଟିଂ କିଟ ଯାହା ଦରକାର ତାକୁ କିଣିବା ପାଇଁ ରାଜ୍ୟ ଓଷଧ ନିଗମକୁ କୁହାଯାଇଛି ବୋଲି ସେ କହିଛନ୍ତି ।