ରାଜ୍ୟରେ ଜାରି ରହିଛି ଶୀତ ଲହରୀ: ୧୦ ଡିଗ୍ରି ତଳେ ୭ଟି ସହରର ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଜି ସକାଳ ସାଢେ ୮ଟାରେ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୭ଟି  ସହରର ସର୍ବନିମ୍ନ ତାପମାତ୍ରା  ୧୦ ଡିଗ୍ରି ତଳେ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି। ଅପରପକ୍ଷରେ ସୁନ୍ଦରଗଡ଼ରେ ୮ ଡିଗ୍ରି, ଭବାନୀପାଟଣାରେ ୯ ଡିଗ୍ରି, ଝାରସୁଗୁଡ଼ା ୯.୪ ଡିଗ୍ରି, କୋରାପୁଟରେ ୯.୬ ଡିଗ୍ରି ଓ ବୌଦ୍ଧରେ ୯.୫ ଡିଗ୍ରି ତାପମାତ୍ରା ରହିଛି।

Skymet Weather

ଏଣେ କଟକର ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରି ଓ ଭୁବନେଶ୍ବରର ୧୪ ଡିଗ୍ରି ରେକର୍ଡ କରାଯାଇଛି। ଠିକ୍ ସେହିପରି ପୁରୀରେ ସର୍ବନିମ୍ନ ତାପମାତ୍ରା ୧୬.୪ ଡିଗ୍ରି, ବଲାଙ୍ଗୀରରେ ୧୦ ଡିଗ୍ରି, ପାରାଦୀପରେ ୧୫.୪ ଡିଗ୍ରି ଓ ବାରିପଦାରେ ୧୦.୨ ରେକର୍ଡ କରାଯାଇଛି।

ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆହୁରି ପ୍ରାୟ ୪ ଦିନ ଶୀତର ଲହରୀ ଜାରି ରହିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର