ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ

ଭୁବନେଶ୍ୱର : ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ଥିଲା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଉପାଧ୍ୟକ୍ଷ ରହିଛନ୍ତି। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପ୍ରଫେସର ଆ‌ର୍‌ ସୁକୁମାର, ସରୋଜ କୁମାର ପଟ୍ଟନାୟକ, ରଜନୀକାନ୍ତ ଜେନା, ପି ଆର୍‌ ମହାନ୍ତି, ଅନୁପ କୁମାର ନାୟକ, ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ସୁଶୀଲ କୁମାର ଦତ୍ତ, ବି ସି ଚୌଧୁରୀ, ସମୀର କୁମାର ପ୍ରଧାନ, ବିଭାସ ପାଣ୍ଡବ, ଗୋପୀନାଥ ସିଂହ, ମଧୁସୂଦନ କଅଁର, ମାନସିଂ ଦୁର୍ଗା ପ୍ରସାଦ ନାୟକ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଅନୁସୂୂଚିତ ଜାତି ଓ ଜନଜାତି ଉନ୍ନୟନ ସଚିବ, ଓଟିଡିସି ପରିଚାଳନା ନିର୍ଦ୍ଦେଶକ, ଅତିରିକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ, ସେନାବାହିନୀ ପ୍ରତିନିଧି, ପ୍ରାଣୀପାଳନ ନିର୍ଦ୍ଦେଶକ, ମତ୍ସ୍ୟ ନିର୍ଦ୍ଦେଶକ, ବନ୍ୟପ୍ରାଣୀ ସଂରକ୍ଷଣ ନିର୍ଦ୍ଦେଶକ, ଡେରାଡୁନ୍‌ସ୍ଥିତ ୱାଇଲ୍‌ଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ପ୍ରତିନିଧି, କୋଲକତାସ୍ଥିତ ବଟାନିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ପ୍ରତିନିଧି ଏବଂ ଗୋପାଳପୁରସ୍ଥିତ ଜୁଲୋଜିକାଲ୍‌ ସ‌େର୍ଭ ଅଫ୍ ଇଣ୍ଡିଆର ପ୍ରତିନିଧି ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିବେ। ସଦସ୍ୟ ସଚିବ ଭାବେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ବାବଧାରକ ଦାୟିତ୍ବ ତୁଲାଇବେ। ବୋର୍ଡର କାର୍ଯ୍ୟକାଳ ତିନି ବର୍ଷ ରହିବ।

ସମ୍ବନ୍ଧିତ ଖବର