ଫ୍ଲୁ’ ଓ ଶ୍ବାସରୋଗୀଙ୍କ ସମ୍ପର୍କରେ କେନ୍ଦ୍ରକୁ ଜଣାଇବେ ରାଜ୍ୟ

ନୂଆଦିଲ୍ଲୀ : ଏଣିକି ରାଜ୍ୟମାନଙ୍କୁ ଫ୍ଲୁ’ ଓ ଶ୍ବାସରୋଗୀଙ୍କ ସୂଚନା ଦେବାକୁ ପଡ଼ିବ। ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଫ୍ଲୁ’ (ଆଇଏଲ୍‌ଆଇ) ଏବଂ ଗୁରୁତର ଶ୍ବାସରୋଗ (ଏସ୍‌ଏଆରଆଇ)କୁ ଅଧିସୂଚିତ ରୋଗ (ନୋଟିଫାଏଡ୍‌ ଡିଜିଜ୍‌) ତାଲିକାରେ ସାମିଲ କରିବେ। ଫଳରେ ରାଜ୍ୟମାନଙ୍କୁ ଯକ୍ଷ୍ମା (ଟିବି) ଓ ମ୍ୟାଲେରିଆ ରୋଗ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ।

ଦିଲ୍ଲୀସ୍ଥିତ ରାମମନୋହର ଲୋହିଆ ହସ୍‌ପିଟାଲର ଅଧ୍ୟୟନ ଅନୁସାରେ, ଫ୍ଲୁ ଓ ଗୁରୁତର ଶ୍ବାସରୋଗୀଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ସବୁଠାରୁ ଅଧିକ ରହିଛି। ତେଣୁ ରାଜ୍ୟମାନଙ୍କରେ ଏହି ରୋଗୀଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ଇଣ୍ଟିଗ୍ରେଟେଡ ଡିଜିଜ୍‌ ସର୍ଭିଲାନ୍ସ ପ୍ରୋଗ୍ରାମରେ ଖୁବ୍‌ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରାଯିବ। ଏହାପୂର୍ବରୁ ୨୦୧୦ରେ ସ୍ବାଇନ୍‌ ଫ୍ଲୁ’କୁ ମଧ୍ୟ ଅଧିସୂଚିତ ରୋଗ ଭାବେ ଚିହ୍ନଟ କରାଯାଇଥିଲା। ଆଇସିଏମ୍‌ଆର୍‌ର ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ମେଡ଼ିକାଲ ରିସର୍ଚ୍ଚରେ ଏସ୍‌ଏଆରଆଇ ଓ ଫ୍ଲୁ ରୋଗୀମାନଙ୍କର ସଂକ୍ରମଣର ପ୍ରମାଣ ହୋଇଛି। ଜୁଲାଇ ପ୍ରଥମ ସପ୍ତାହ ଆରମ୍ଭରେ ୪୩ ପ୍ରତିଶତ ଲୋକମାନଙ୍କର ମୃତ୍ୟୁ କେବଳ ସଂକ୍ରମଣର ପରିସରରେ ଆସିବା ଯୋଗୁ ହୋଇଛି।

ସମ୍ବନ୍ଧିତ ଖବର