ରାଜ୍ୟ ମହିଳା କମିସନଙ୍କ କ୍ୟାମ୍ପ୍ କୋର୍ଟ, ସମାଧାନ ହେଲା ୧୮ ମାମଲା

ଭୁବନେଶ୍ବର : ରାଜ୍ୟ ମହିଳା କମିସନ ପକ୍ଷରୁ ଆଜି କ୍ୟାମ୍ପ କୋର୍ଟ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୧୦୨ଟି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ତହିଁରୁ ୫୩ଜଣ ଅଭିଯୋଗକାରୀ ଉପସ୍ଥିତ ଥିଲେ। ଏଥିରେ ୧୮ଜଣଙ୍କ ଆପୋସ ବୁଝାମଣା ଜରିଆରେ ମାମଲାର ସମାଧାନ କରାଯାଇଛି। ୫୩ ଅଭିଯୋଗକାରୀଙ୍କ ମଧ୍ୟରୁ ଉଭୟ ପକ୍ଷର ୧୭ଜଣ ଉପସ୍ଥିତ ଥିବା ବେଳେ ପିଟିସନ ଦାଖଲ କରିଥିବା ୩୨ଜଣ ଓ ପ୍ରତିପକ୍ଷର ମାତ୍ର ୪ଜଣ ଉପସ୍ଥିତ ରହିଥିଲେ। ବିଚାର ହୋଇଥିବା ମାମଲାରୁ ୩ଟି ମାମଲା ଏସ୍‌ପିଙ୍କୁ ରେଫର ହୋଇଥିବା ବେଳେ ଗୋଟିଏ ମାମଲାକୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। କ୍ୟାମ୍ପ କୋର୍ଟରେ ମହିଳା କମିସନର ଅଧ୍ୟକ୍ଷା ମିନତି ବେହେରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର