ଚଣ୍ତିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ପ୍ରସିଦ୍ଧ ଓଳାଶୁଣୀ ପୀଠରେ ଆଜି ରାଜ୍ୟ ଯୁବକଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ରାଜନୈତିକ ଦଳ ପାଇଁ ଯୁବଶକ୍ତି ହିଁ ଅସଲ ଯୋଦ୍ଧା। ଯୁବଶକ୍ତି ଚାହିଁଲେ ଗୋଟିଏ ଦଳ ବିଜୟବାନା ଉଡ଼ାଇ ପାରିବ ବୋଲି କହିବା ସହ ରାଜ୍ୟରେ ଯୁବଶକ୍ତି ସକ୍ରିୟ ରହି କଂଗ୍ରେସ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ମୁଖ୍ୟ ଅତିଥି ଭାବେ ଅଖିଳଭାରତ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ପ୍ରତିଭା ରଘୁବଂଶୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ରାଜ୍ୟ ଯୁବ କଂଗ୍ରେସ ମୁଖ୍ୟ ମୁଖପାତ୍ର ମାନସ ରଂଜନ କର, ସହପ୍ରଭାରୀ ରିଆଜୁଲ ଅନସାରୀ ଓ ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ଯୋଗଦେଇଥିଲେ। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଏଥିରେ ଅଧ୍ୟକ୍ଷତା କରିଥିଲେ।
ଏଥିରେ ବଡ଼ଚଣା କଂଗ୍ରେସ ନେତା ଅଜୟ କୁମାର ସାମଲ, ସନ୍ତୋଷ ନନ୍ଦ, ମନୋରଞ୍ଜନ ଦାସ, ରାଜ୍ୟ ଯୁବକଂଗ୍ରେସ ଉପସଭାପତି କିରଣ କୁମାର ସାହୁ, ରାଜୀବ ପଟ୍ଟନାୟକ, ବିମଳେନ୍ଦୁ ବେହେରା, ବୀରେନ୍ଦ୍ର ବାଗ, ମହମ୍ମଦ ଅଲ୍ଲିମ, ସୁଦୀପ ସାମଲ ଓ ସଞ୍ଜୟ କର ଯୋଗଦଇ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ଯୁବକଗ୍ରେସ ସଭାପତି ବିଶ୍ବପ୍ରକାଶ ସାମଲ ଅତିଥି ପରିଚୟ ଦେବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଧନ୍ୟବାଦ ଦେଇଥିଲେ କଟକ ଜିଲ୍ଲା ଯୁବକଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା। ବୈଠକରେ ରାଜ୍ୟ ଯୁବ କଂଗ୍ରେସର କର୍ମକର୍ତ୍ତାଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି ଯୋଗଦଇଥିଲେ।