କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ୧୮ ଦିନ ପରେ ଜେଏମ୍‌ଏଫ୍‌ସି କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

କୋରାପୁଟ: ଜୟପୁର ନିକଟସ୍ଥ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ବୟାନ ଶୁକ୍ରବାର ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟଟ୍ରାକ କୋର୍ଟ(ଜେଏମ୍‌ଏଫସି)ରେ ରେକର୍ଡ କରାଯାଉଛି। ବିଚାରପତି ସିଲା ପ୍ରିୟଦର୍ଶିନୀ ପଣ୍ଡାଙ୍କ କୋର୍ଟରେ ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରୋକର୍ଡ କରାଯାଉଛି। କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ ପୀଡ଼ିତା ସମ୍ପୂର୍ଣ୍ଣ ସୁସ୍ଥ ନେଇ ସୂଚନା ଦେବା ପରେ ପୀଡ଼ିତାଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରେ ପୂର୍ବାହ୍ଣ ୧୧ଟା ୪୫ରେ ହାଜର କରାଯାଇଛି।

କୋର୍ଟରେ ବୟାନ ରେକର୍ଡ କରାଯିବା ପରେ ପୀଡ଼ିତା ତାଙ୍କ ଇଛା ଅନୁସାରେ ଘରକୁ ଯାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିଭଳି ପୀଡ଼ିତା ଯଦି ଜିଲ୍ଲା ଶିଶୁ କଲ୍ୟାଣ କମିଟି ପାଖରେ ମଧ୍ୟ ରହିପାରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ୧୮ ଦିନ ବିିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରାପଡ଼ି ନାହାନ୍ତି। ଏହାରି ଭିତରେ ସ୍ଥାନୀୟ ଅଞ୍ଚଳରେ ମଝିରେ ମଝିରେ ଉତ୍ତେଜନା ଦେଖାଯାଉଛି। ନିକଟରେ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ମାଓବାଦୀ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୦ରେ କୋରାପୁଟ ଜିଲ୍ଲାର କୁନ୍ଦୁଲି ଠାରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ବିଏସଏଫ୍‌ ଯବାନ ଗଣଦୁଷ୍କର୍ମ କରିଥିବା ପଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ କୋବ୍ରା ବାଟାଲିୟନର ୪ ଜଣ ଯବାନ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର