ରାଜ୍ୟର ପ୍ରଥମ ଆଦର୍ଶ କଏଦୀ କାରାଗାର ଉଦ୍‌ଘାଟିତ

୨୮ ଏକର ଜମିରେ କାରାଗାର ନିର୍ମାଣ, ଖର୍ଚ୍ଚ ୧୫ କୋଟି

ଖୁଣ୍ଟୁଣୀ : କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟୁଣୀ  ରାଧାରମଣପୁରରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ପାଇଁ ରାଜ୍ୟର ପ୍ରଥମ ଆଦର୍ଶ କଏଦୀ କାରାଗାର (ମଡେଲ୍‌ କନ୍‌ଭିକ୍ଟ ପ୍ରିଜନ୍‌) ଆଜି ଉଦ୍‌ଘାଟିତ ହୋଇଯାଇଛି। ଜେଲ୍‌ ବିଭାଗ ପକ୍ଷରୁ ୨୮ ଏକର ପରିମିତ ଜମିରେ ୧୫କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି କାରାଗାରକୁ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌ଘାଟନ କରିଛନ୍ତି। ଏହି ବହୁମୁଖୀ କାରାଗାର ସଜା ଭୋଗୁଥିବା କଏଦୀମାନଙ୍କ ମାନସିକ ଓ ଚାରିତ୍ରିକ ଗୁଣକୁ ବଦଳାଇବାରେ ସହାୟକ ହେବ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। କୋଭିଡ୍‌ କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗୃହ, ଶକ୍ତି, ଶିଳ୍ପ, କ୍ଷୁଦ୍ରଶିଳ୍ପ ଓ ଲଘୁ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜେଲ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଭର୍ଚୁଆଲ୍‌ ମୋଡ୍‌ରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର