ଭୁବନେଶ୍ୱର : ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍) ଆସନ୍ତା ୨୮ ତାରିଖରେ ଆୟୋଜନ କରିବାକୁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ସଚିବ ସମସ୍ତ ଡିଇଓ ଓ ପ୍ରିନିସ୍ପାଲ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା କିଭଳି ଅନୁଷ୍ଠିତ ହେବ ସେ ନେଇ ମଧ୍ୟ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଯେଉଁମାନେ ଅନୁପସ୍ଥିତ ରହିବେ ବା କୌଣସି ଜରୁରୀ କାମ ପାଇଁ ଭାଗ ନେଇ ପାରିବେ ନାହିଁ ସେମାନଙ୍କ ପାଇଁ ଆଭାସୀ ବ୍ୟବସ୍ଥା କରିବାକୁ କୁହାଯାଇଛି।
ଏହି ବୈଠକର ଏକ ଏଜେଣ୍ଡା ପ୍ରସ୍ତୁତ ହେବ। ଏଥିରେ କେଉଁ ବିଷୟରେ ଆଲୋଚନା ହେବ ସେ ନଇେ ତଥ୍ୟ ରହିବ। ବିଶେଷକରି ଚାତ୍ରଚାତ୍ରୀଙ୍କ ଉପସ୍ଥାନ, ମୋ ସ୍କୁଲ ଅଭିଯାନ ଅଧୀନରେ ଆଲୁମିନି ସଂଯୋଗ କାର୍ଯ୍ୟକ୍ରମ, ରୢାଗିଂ ମୁକ୍ତ ପରିସର ଓ ଅଭିଭାବକଙ୍କ ଠାରୁ ପ୍ରସ୍ତାବ ଗ୍ରହଣ ଉପରେ ଏହି ଏଜେଣ୍ଡାରେ ଗୁରୁତ୍ବ ଦିଆଯିବ। ଏହି ବୖଠକର ସମୟ ଦୁଇଘଣ୍ଟା ରହିବ। ପିଟିଏମ୍ ରେଜିଷ୍ଟରରେ ବୈଠକର ନିର୍ଯ୍ୟାସ ରେକର୍ଡ କରାଯିବ। ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ପ୍ରମୁଖ ଏହି ବୈଠକକୁ ତଦାରଖ କରିବେ। ସମଗ୍ର ଶିକ୍ଷା ଅଧୀନରେ ବୈଠକ ପାଇଁ ୧୫୦୦ ଟଙ୍କା ଯୋଗାଇ ଦିଆଯିବ। ବ୍ଲକ୍ ଶିକ୍ଷା ଅଧିକାରୀମାନେ ହାଇସ୍କୁଲୱାରୀ ବୈଠକର ମିନିଟ୍ ଯୋଗାଡ଼ କରି ସେହି ଦିନ ଅପରାହ୍ଣ ୩ଟା ସୁଦ୍ଧା ସରକାରଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି।