ଭିଜିଲାନ୍‌ସ ଫାସରେ ଷ୍ଟାଟିସ୍‌ଟିକାଲ୍‌ ଫିଲ୍‌ଡ ସର୍ଭେୟର

ବାରିପଦା/ବେତନଟୀ/ଚିତ୍ରଡ଼ା : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜଣେ ଷ୍ଟାଟିସ୍‌ଟିକାଲ୍‌ ଫିଲ୍‌ଡ ସର୍ଭେୟରଙ୍କ ଘରେ ଏବଂ ଅଫିସ୍‌ରେ ଚଢ଼ଉ କରାଯାଇଛି। ଅଫିସ୍‌ର ଜଣକ ହେଲେ, ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଶାଖାରେ କାର୍ଯ୍ୟରତ ସୁମନ୍ତ ସାହୁ। ବାଲେଶ୍ବର ଭିଜିଲାନ୍‌ସର ଟିମ୍‌ ଏକ‌କାଳୀନ ଶ୍ରୀ ସାହୁଙ୍କ ବେତନଟୀ ବ୍ଲକ୍‌ ସଠିଲୋସ୍ଥିତ ବାସଭବନ, ମୋରଡ଼ା ‌କାର୍ଯ୍ୟାଳୟ, ସିମିଳାମୁଣ୍ଡୁଳି ସ୍ଥିତ ଶ୍ବଶୁର ଘର, ବଡ଼ସାହି ଥାନା ଅନ୍ତର୍ଗତ ବାରିହାପାଳ ସ୍ଥିତ ପୈତୃକ ଘର ସହ ବାରିପଦା କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ତନାଘନା ପରେ ମୋଟ ୧ କୋଟି ୪୬ ଲକ୍ଷ ୬୩ ହଜାର ୩୭୩ ଟଙ୍କାର ସ୍ଥାବର ଅବସ୍ଥାବର ସଂପତ୍ତି ଠାବ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର