ରାଉରକେଲା: ଝଡ଼ ପବନରେ ଧଳିପଡ଼ିଲା ହକି ଖେଳାଳିଙ୍କ ପାଇଁ ସମର୍ପିତ ଷ୍ଟାଚ୍ୟୁ। ପ୍ରାୟ  ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଷ୍ଟାଚ୍ୟୁ ବିଶ୍ୱର ସର୍ବବୃହତ ଆସନ ବିଶିଷ୍ଟ ବିଜୁ ହକି ଷ୍ଟାଡିୟମ୍ ନିକଟରେ ନିର୍ମାଣ କରାଯାଇଥିଲା।

Advertisment

ଏହି ହକିର ପ୍ରତୀକ ‘ଷ୍ଟାଚ୍ୟୁ’ଟି ଷ୍ଟାଡିୟମ ଯିବା ରାସ୍ତାରେ ତଥା ରାଉରକେଲା ବିମାନବନ୍ଦର ମୁଖ୍ୟ ଦ୍ବାର ନିକଟରେ ଅବସ୍ଥିତ। ଏହାର ଉଚ୍ଚତା ପାଖାପାଖି ୪୦ ଫୁଟ ହେବ। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପ୍ରାୟ ଅଧା ଏକର ଜମିରେ ଷ୍ଟାଚ୍ୟୁ ସହ ପାର୍କ ନିର୍ମାଣ କରାଯାଇଛି। ଏହା ପ୍ରାୟ ୮୧ ଲକ୍ଷ ବିନିଯୋଗରେ ନିର୍ମିତ। ଏଥିମଧ୍ୟରୁ ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟ ହୋଇଛି।

ଭୁବନେଶ୍ବରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ଏହି ମୂର୍ତ୍ତି ନିର୍ମାଣ କରିଛି। ଗତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ମାତ୍ର ତିନି ମାସ ଭିତରେ ଷ୍ଟାଚ୍ୟୁର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଚ୍ୟୁକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ।