ପୁରୀ : ପବିତ୍ର ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଘଟିଛି ବଡ଼ ଅଘଟଣ। ରବିବାର ସକାଳେ ପଶ୍ଚିମଦ୍ୱାର ନୃସିଂହ ମନ୍ଦିରରୁ ହୀରଣ୍ୟକଶ୍ୟପଙ୍କ ମୂର୍ତି ଜନୈକ ସେବାୟତଙ୍କ ଉପରେ ଗଳି ପଡିବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଛି। ସେବାୟତ ଜଣକ ହେଲେ ଜମ୍ବେଶ୍ୱର ମହାପାତ୍ର(କୁନୁ)। ନୃସିଂହ ମନ୍ଦିରରେ ନୀତିକାନ୍ତି ବେଳେ ଏହି ଅଘଟଣ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭାବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜିର ଏହି ଘଟଣା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ୫୦ ବର୍ଷ ହେଲାଣି ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି ପ୍ରତ୍ନତତ୍ତ୍ୱ ବିଭାଗ। ତଥାପି ବାରମ୍ବାର ଏଭଳି ଅଘଟଣ ଘଟିବା କେଉଁଠି ନା କେଉଁଠି ରାକ୍ଷଣାବେକ୍ଷଣରେ ଅବହେଳାକୁ ପ୍ରତିପାଦିତ କରୁଛି। ଯାହା କେବଳ ଶ୍ରୀମନ୍ଦିରକୁ ଅସୁରକ୍ଷିତ କରିଦେଇନି, ଭକ୍ତଙ୍କୁ ବି ବିପଦ ଭିତରକୁ ଠେଲି ଦେଇଛି। ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀଙ୍କୁ ଡାକି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର।

ମିଳିଥିବା ସୂଚନା ମୁତାବକ, ଜମ୍ବେଶ୍ୱର ଆଜି ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିରରେ ନୀତିକାନ୍ତି ସମ୍ପାଦନ କରୁଥିଲେ। ଏତିକି ବେଳେ ହୀରଣ୍ୟକଶ୍ୟପଙ୍କ ମୂର୍ତି ଭାଙ୍ଗିପଡି ତାଙ୍କ ଡାହାଣ ଗୋଡ଼ ଉପରେ ପଡିଯାଇଥିଲା। ଆଘାତପ୍ରାପ୍ତ ହୋଇ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ପରେ ତାଙ୍କୁ ଭୁବନେଶ୍ୱର ପଠାଯାଇଛି। ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର ଆହତ ସେବୟତ ଓ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ମନ୍ଦିର ପ୍ରଶାସନ ଜମ୍ବେଶ୍ବରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛନ୍ତି।

ଶ୍ରୀମନ୍ଦିରରେ ପୁଣି କଟକଣା: ପ୍ରତି ରବିବାର ଦର୍ଶନ ବନ୍ଦ
ପୁରୀ : ଦେଶ ତଥା ରାଜ୍ୟରେ କୋଭିଡ ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନରେ ପୁଣି କଟକଣା ଲଗାଯାଇଛି। ଆସନ୍ତା ସପ୍ତାହରୁ ଅର୍ଥାତ ୪ ତାରିଖରୁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଆଜି ଏହି ସୂଚନା ଦେଇଛନ୍ତି। ଡ. କୁମାର କହିଛନ୍ତି, ଏହି ଦିନ ଶ୍ରୀମନ୍ଦିର ବିଶୋଧନ କରାଯିବ। ଛତିଶାନିଯୋଗ ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।