ଆଧୁନିକ ଭାରତର ସ୍ଥପତି- ସର୍ଦ୍ଦାର ପଟେଲ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ

୧୯୪୭ର ପ୍ରଥମାର୍ଧ ଭାରତ ଇତିହାସ ପାଇଁ ଥିଲା ଏକ ସ˚କଟମୟ ସମୟ। ଔପନିବେଶିକ ଶାସନର ଅନ୍ତ ନିଶ୍ଚିତ ଥିଲା ଏବ˚ ଭାରତର ବିଭାଜନ ମଧ୍ୟ ନିର୍ଦ୍ଧାରିତ ଥିଲା, କିନ୍ତୁ ଯାହା ଅନିଶ୍ଚିତ ଥିଲା ତାହା ହେଉଛି ଭାରତର ଗୋଟିଏରୁ ଅଧିକ ବିଭାଜନ ହେବ ନାହିଁ ତ? ଦରଦାମ ବଢ଼ୁଥିଲା, ଖାଦ୍ୟାଭାବ ଅତି ସାଧାରଣ କଥା ଥିଲା କିନ୍ତୁ ଏସବୁର ଊର୍ଦ୍ଧ୍ବରେ, ଭାରତର ଏକ ଅଖଣ୍ତତା ପ୍ରତି ଗମ୍ଭୀର ଚାପ ରହିଥିଲା।

ଏହିପରି ପରିସ୍ଥିତିରେ ସ୍ବରାଷ୍ଟ୍ର ବିଭାଗ ଜୁନ ୧୯୪୭ରେ କାର୍ଯ୍ୟକ୍ଷମ ହେଲା। ଏହି ବିଭାଗର ପ୍ରମୁଖ ଲକ୍ଷ୍ୟ ମଧ୍ୟରେ ଥିଲା ୫୫୦ରୁ ଅଧିକ ଗଡ଼ଜାତ ରାଜ୍ୟ ସହ ଭାରତର ସମ୍ପର୍କ ବିଷୟରେ ଆଲୋଚନାକୁ ତ୍ବରାନ୍ବିତ କରିବା ଏବ˚ ଏହାକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିବା। ଏହି ରାଜ୍ୟଗୁଡ଼ିକ ଆକାର, ଜନସ˚ଖ୍ୟା, ପ୍ରାକୃତିକ ବୈଶିଷ୍ଟ୍ୟ ଏବ˚ ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ଅତ୍ୟନ୍ତ ବିବିଧ ଥିଲେ। ମହାତ୍ମା ଗାନ୍ଧୀଙ୍କ ଏକ ବକ୍ତବ୍ୟ ଥିଲା ଏହିପରି ‘‘ରାଜ୍ୟଗୁଡ଼ିକର ସମସ୍ୟା ଏତେ ଜଟିଳ ଯେ କେବଳ ଆପଣ ହିଁ ଏହାର ସମାଧାନ କରିପାରିବେ।’’ ଚିରାଚରିତ ସର୍ଦ୍ଦାର ପଟେଲ ଶୈଳୀରେ, ସେ ନିଜର କାର୍ଯ୍ୟକୁ ତ୍ରୁଟିଶୂନ୍ୟ, ଦୃଢ଼ ଏବ˚ ପ୍ରଶାସନିକ ଦକ୍ଷତାର ସହ କାର୍ଯ୍ୟ କରିବା ଲାଗି ଆଗେଇ ଆସିଲେ। ସମୟ କମ ଥିଲା ଏବ˚ କାର୍ଯ୍ୟର ପରିମାଣ ଅତି ବ୍ୟାପକ ଥିଲା… କିନ୍ତୁ ସେ ସାଧାରଣ ବ୍ୟକ୍ତି ନଥିଲେ, ଥିଲେ ସର୍ଦ୍ଦାର ପଟେଲ, ଯିଏ କି ନିଜ ରାଷ୍ଟ୍ରର ସମ୍ମାନକୁ ତଳେ ପକାଇ ନଦେବା ଲାଗି ପ୍ରତିବଦ୍ଧ ଥିଲେ। ଗୋଟିଏ ପରେ ଗୋଟିଏ ଛୋଟ-ବଡ଼ ରାଜତନ୍ତ୍ର ତଥା ଗଡ଼ଜାତ ଶାସନାଧୀନ ରାଜ୍ୟ ସହିତ ସେ ଓ ତାଙ୍କ ଟିମ ଆଲୋଚନା ଜାରି ରଖିଲେ ଏବ˚ ଏହା ସୁନିଶ୍ଚିତ କଲେ ଯେ ଏହି ସବୁ ରାଜ୍ୟଗୁଡ଼ିକ ଯେପରି ସ୍ବାଧୀନ ଭାରତର ଅ˚ଶବିଶେଷ ହୋଇପାରିବେ।

ଆଜି ଭାରତର ଯେଉଁ ମାନଚିତ୍ର ଆପଣମାନେ ଦେଖିପାରୁଛନ୍ତି ତାହା କେବଳ ସର୍ଦ୍ଦାର ପଟେଲଙ୍କ ନିରନ୍ତର ପ୍ରୟାସ ଯୋଗୁ ସମ୍ଭବ ହୋଇପାରିଛି। ସ୍ବାଧୀନତା ହାସଲ ହେବା ପରେ ଭିପି ମେନନ ପ୍ରଶାସନିକ ସେବାରୁ ଅବସର ନେବାକୁ ଇଚ୍ଛାବ୍ୟକ୍ତ କଲେ। ହେଲେ ସର୍ଦ୍ଦାର ପଟେଲ ତାଙ୍କୁ କହିଲେ, ଏହା ନା ବିଶ୍ରାମ ନେବାର ସମୟ ନା ଅବସର ନେବାର। ଏପରି ଥିଲା ସର୍ଦ୍ଦାର ପଟେଲଙ୍କ ଦୃଢ଼ସ˚କଳ୍ପ। ଭିପି ମେନନଙ୍କୁ ସ୍ବରାଷ୍ଟ୍ର ବିଭାଗର ସଚିବ କରାଗଲା। ତାଙ୍କର ପୁସ୍ତକ ‘ଦି ଷ୍ଟୋରି ଅଫ ଦି ଇଣ୍ଟିଗ୍ରେସନ ଅଫ ଇଣ୍ତିଆନ ଷ୍ଟେଟ୍‌ସ’ରେ ସେ ଲେଖିଛନ୍ତି କିପରି ଭାବେ ସର୍ଦ୍ଦାର ପଟେଲ ନେତୃତ୍ବ ନେଇଥିଲେ ଏବ˚ ତାଙ୍କର ସମ୍ପୂର୍ଣ୍ଣ ଟିମ୍‌କୁ ଅଧ୍ୟବସାୟର ସହ କାର୍ଯ୍ୟ କରିବା ଲାଗି ଅନୁପ୍ରାଣିତ କରିଥିଲେ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଭାରତର ଲୋକମାନଙ୍କ ସ୍ବାର୍ଥ ସହ କୌଣସି ପ୍ରକାରେ ସାଲିସ କରାଯିବ ନାହିଁ ଏହାକୁ ସର୍ଦ୍ଦାର ପଟେଲ ସ୍ପଷ୍ଟ ଭାବେ ପ୍ରଥମରେ ଏବ˚ ପ୍ରମୁଖତାର ସହ ଉପସ୍ଥାପନ କରୁଥିଲେ। ୧୫ ଅଗଷ୍ଟ ୧୯୪୭ରେ, ଆମେ ଏକ ନୂତନ ଭାଗ୍ୟର ଉଦୟକୁ ପାଳନ କରୁଥିଲୁ କିନ୍ତୁ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଠାରୁ ବହୁଦୂରରେ ଥିଲା। ସ୍ବାଧୀନ ଭାରତର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ସେ ପ୍ରଥମେ ଏକ ପ୍ରଶାସନିକ ବ୍ୟବସ୍ଥା ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲେ, ଯାହା ନିରନ୍ତର ଭାବେ ରାଷ୍ଟ୍ରର ସେବା କରିପାରିବ ତାହା ଦୈନିକ ପ୍ରଶାସନିକ କାର୍ଯ୍ୟ ହେଉ କିମ୍ବା ଲୋକମାନଙ୍କ ସ୍ବାର୍ଥ ବିଶେଷ କରି, ଗରିବ ଏବ˚ ବଞ୍ଚିତମାନଙ୍କର ସୁରକ୍ଷାକୁ ନେଇ ହେଉ। ସର୍ଦ୍ଦାର ପଟେଲ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ନିଜସ୍ବ ଅଭିଜ୍ଞତା, ବିଶେଷ କରି ୧୯୨୦ରେ ସେ ଯେତେବେଳେ ଅହମ୍ମଦାବାଦ ପୌର ପାଳିକାର ପ୍ରଶାସକ ଥିଲେ, ସ୍ବାଧୀନ ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଶେଷ ଭାବେ କାମରେ ଆସିଥିଲା। ଅହମ୍ମଦାବାଦରେ ଥିବା ସମୟରେ ସେ ସହରର ସ୍ବଚ୍ଛତାକୁ ତ୍ବରାନ୍ବିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ସେ ସାରା ସହରରେ ସ୍ବଚ୍ଛତା ଏବ˚ ଡ୍ରେନେଜ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିଥିଲେ। ସଡ଼କ, ବିଦ୍ୟୁତ୍‌କରଣ ଏବ˚ ଶିକ୍ଷା ଭଳି ସହରାଞ୍ଚଳ ଭିତ୍ତିଭୂମିର ଅନ୍ୟ ଦିଗ ପ୍ରତି ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ।

ଆଜି ଭାରତ ଯଦି ନିଜର ଉଜ୍ଜ୍ବଳ ସମବାୟ କ୍ଷେତ୍ରକୁ ନେଇ ଗର୍ବ କରୁଥାଏ, ଏହାର ଅଧିକା˚ଶ ଶ୍ରେୟ ସର୍ଦ୍ଦାର ପଟେଲଙ୍କୁ ହିଁ ଯିବ। ସ୍ଥାନୀୟ ଲୋକ, ବିଶେଷ କରି ମହିଳାମାନଙ୍କୁ ସଶକ୍ତ କରିବା ଲାଗି ତାଙ୍କ ଦୂରଦୃଷ୍ଟିର ମୂଳଦୁଆ ଉପରେ ‘ଅମୂଲ’ଭଳି ସମବାୟ ସ˚ସ୍ଥା ଜନ୍ମ ନେଇଥିଲା। ସର୍ଦ୍ଦାର ପଟେଲ ହିଁ ସମବାୟ ଗୃହ ନିର୍ମାଣ ସମିତିର ବିଚାରକୁ ଲୋକପ୍ରିୟ କରିଥିଲେ, ଯାହା ଅନେକଙ୍କ ପାଇଁ ସମ୍ମାନ ଏବ˚ ବାସସ୍ଥାନ ସୁନିଶ୍ଚିତ କରିଥିଲା। ସର୍ଦ୍ଦାର ପଟେଲଙ୍କର ଦୁଇଟି ବିଶେଷତ୍ବ ଥିଲା-ବିଶ୍ବାସ ଏବ˚ ସଚ୍ଚୋଟତା। ଭାରତର କୃଷକମାନେ ତାଙ୍କ ଉପରେ ଅତୁଟ ବିଶ୍ବାସ ରଖିଥିଲେ। ସର୍ବୋପରି, ସେ ଜଣେ କୃଷକର ପୁତ୍ର ଥିଲେ, ଯିଏ ବର୍ଦ୍ଦୋଲୀ ସତ୍ୟାଗ୍ରହର ନେତୃତ୍ବ ନେଇଥିଲେ। ଶ୍ରମିକ ଶ୍ରେଣୀର ଲୋକମାନେ ତାଙ୍କଠାରେ ଆଶାର କିରଣ ଦେଖିପାରିଥିଲେ, ଯିଏକି ସେମାନଙ୍କ ପାଇଁ କହିପାରିବ। ବ୍ୟବସାୟୀ ଏବ˚ ଶିଳ୍ପପତି ସର୍ଦ୍ଦାର ପଟେଲଙ୍କ ସହିତ କାର୍ଯ୍ୟ କରିବାକୁ ପସନ୍ଦ କରୁଥିଲେ କାରଣ ସେମାନେ ତାଙ୍କଠାରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ବଙ୍କୁ ଦେଖିପାରୁଥିଲେ ଯାହାଙ୍କଠାରେ ଭାରତର ଅର୍ଥନୈତିକ ଏବ˚ ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବାର ଦୂରଦୃଷ୍ଟି ରହିଥିଲା। ତାଙ୍କର ରାଜନୈତିକ ସହଯୋଗୀମାନେ ମଧ୍ୟ ତାଙ୍କୁ ବିଶ୍ବାସ କରୁଥିଲେ। ଆଚାର୍ଯ୍ୟ କୃପାଳିନୀ ମତବ୍ୟକ୍ତ କରିଥିଲେ ଯେ ସେମାନେ ଯେତେବଳେ କୌଣସି ସମସ୍ୟାରେ ପଡ଼ୁଥିଲେ ଏବ˚ ଯଦି ବାପୁଙ୍କ ପରାମର୍ଶ ମିଳିପାରୁନଥିଲା, ସେମାନେ ସର୍ଦ୍ଦାର ପଟେଲଙ୍କ ନିକଟକୁ ଯାଉଥିଲେ। ୧୯୪୭ରେ ଯେତେବେଳେ ରାଜନୈତିକ ଆଲୋଚନା ଶୀର୍ଷରେ ରହିଥିଲା, ସରୋଜିନୀ ନାଇଡ଼ୁ ତାଙ୍କୁ ‘ନିଷ୍ପତ୍ତି ନେବା ଏବ˚ କାର୍ଯ୍ୟ କରିବାର ବ୍ୟକ୍ତିତ୍ବ’ ଭାବେ ବର୍ଣ୍ଣନା କରିଥିଲେ। ସମସ୍ତେ ତାଙ୍କୁ ବିଶ୍ବାସ କରୁଥିଲେ, ତାଙ୍କର କଥା ଏବ˚ କାର୍ଯ୍ୟ ପାଇଁ। ସର୍ଦ୍ଦାର ପଟେଲ ଜାତି, ବର୍ଣ୍ଣ, ଧର୍ମ, ବିଶ୍ବାସ ଏବ˚ ବୟସ ନିର୍ବିଶେଷରେ ସମ୍ମାନର ପାତ୍ର ଥିଲେ। ଚଳିତ ବର୍ଷର ସର୍ଦ୍ଦାର ପଟେଲ ଜୟନ୍ତୀ ଆହୁରି ସ୍ବତନ୍ତ୍ର ହୋଇପାରିଛି। ୧୩୦ କୋଟି ଭାରତୀୟଙ୍କ ଶୁଭକାମନା ସହିତ ‘ଷ୍ଟେଚ୍ୟୁ ଅଫ ୟୁନିଟି’ ଆଜି ଉଦ୍‌ଘାଟିତ ହେଉଛି। ନର୍ମଦା ନଦୀ ତଟରେ ରହିଥିବା ‘ଷ୍ଟେଚ୍ୟୁ ଅଫ୍‌ ୟୁନିଟି’ ସାରା ବିଶ୍ବରେ ସର୍ବୋଚ୍ଚ। ‘ଧରିତ୍ରୀ ପୁତ୍ର’ ସର୍ଦ୍ଦାର ପଟେଲ ନଭଶ୍ଚୁମ୍ବୀ ଭାବେ ଦଣ୍ତାୟମାନ ହୋଇ ଆମ ସମସ୍ତଙ୍କର ମାର୍ଗଦର୍ଶନ କରିବେ ଏବ˚ ଆମକୁ ପ୍ରେରଣା ଦେବେ। ସର୍ଦ୍ଦାର ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ଏହି ବିଶାଳ ପ୍ରତିମୂର୍ତ୍ତିକୁ ବାସ୍ତବ ରୂପ ଦେବା ଲାଗି ଦିନରାତି କାର୍ଯ୍ୟ କରିଥିବା ଲୋକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ମୋର ୩୧ ଅକ୍ଟୋବର ୨୦୧୩ କଥା ମନେ ପଡ଼ିଯାଉଛି ଯେତେବେଳେ ଆମେ ଏହି ମହତ୍ତ୍ବାକା˚କ୍ଷୀ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ। ରେକର୍ଡ ସମୟ ମଧ୍ୟରେ ଏତେ ଉଚ୍ଚ ସ୍ତରର ପ୍ରକଳ୍ପ ପ୍ରସ୍ତୁତ ହୋଇଯାଇଛି ଏବ˚ ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଭାବେ ଗର୍ବ ଅନୁଭବ କରୁଥିବେ। ଆଗାମୀ ଦିନରେ ‘ଷ୍ଟେଚ୍ୟୁ ଅଫ୍‌ ୟୁନିଟି’ ଦେଖି ଆସବା ଲାଗି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି। ‘ଷ୍ଟେଚ୍ୟୁ ଅଫ ୟୁନିଟି’ ଉଭୟ ହୃଦୟର ଏକତା ଏବ˚ ଆମ ମାତୃଭୂମିର ଭୌଗଳିକ ଅଖଣ୍ତତାର ପ୍ରତୀକ। ଏହା ଆମକୁ ମନେ ପକାଇ ଦେବ ଯେ ବିଭାଜିତ ଭାବେ ଆମେ ଆମ ନିଜକୁ ମଧ୍ୟ ମୁକାବିଲା କରିପାରିବା ନାହିଁ। ଏକତ୍ରିତ ଭାବେ ଆମେ ସାରା ବିଶ୍ବକୁ ସମ୍ମୁଖୀନ ହୋଇପାରିବା ଏବ˚ ଅଭିବୃଦ୍ଧି ଏବ˚ ସମୃଦ୍ଧିର ନୂତନ ଉଚ୍ଚତାକୁ ଛୁଇଁପାରିବା।

ସାମ୍ରାଜ୍ୟବାଦର ଇତିହାସକୁ ଧ୍ବସ୍ତ କରିଦେବା ଏବ˚ ରାଷ୍ଟ୍ରବାଦର ଜୀବନଶକ୍ତି ସହିତ ଅଖଣ୍ତ ଭୂଭାଗର ନିର୍ମାଣ କରିବା ଲାଗି ସର୍ଦ୍ଦାର ପଟେଲ ଆଶ୍ଚର୍ଯ୍ୟଜନକ ଗତିରେ କାର୍ଯ୍ୟ କରିଥିଲେ। ସେ ଭାରତକୁ ଖଣ୍ତ-ବିଖଣ୍ତ ହେବା ଭଳି ପରିସ୍ଥିତିରୁୁ ବଞ୍ଚାଇଥିଲେ ଏବ˚ ଜାତୀୟ ଢାଞ୍ଚା ସହ ଏହାର ଦୁର୍ବଳତମ ଭାଗକୁ ମଧ୍ୟ ମିଶାଇଥିଲେ। ଆଜି, ଆମେ ୧୩୦ କୋଟି ଭାରତୀୟ ଏକ ନୂତନ ଭାରତ ନିର୍ମାଣ କରିବା ଲାଗି କାନ୍ଧ ସହ କାନ୍ଧ ମିଳାଇ ଆଗକୁ ବଢ଼ୁଛୁ ଯାହା ଶକ୍ତିଶାଳୀ, ସମୃଦ୍ଧ ଏବ˚ ସମାବେଶୀ ହୋଇଥିବ। ସର୍ଦ୍ଦାର ପଟେଲ ଯେପରି ଚାହୁଁଥିଲେ, ବିକାଶର ଫଳ, ବିନା ଦୁର୍ନୀତି ଏବ˚ ପ୍ରିୟପ୍ରୀତି ତୋଷଣରେ ଯେପରି ସବୁଠୁ ଦୁର୍ବଳ ନିକଟରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା ଲାଗି ପ୍ରତିଟି ନିଷ୍ପତ୍ତି ନିଆଯାଉଛି।
(ଲେଖକ ଭାରତର ପ୍ରଧାନମନ୍ତ୍ରୀ)

ସମ୍ବନ୍ଧିତ ଖବର