ଚର୍ଚ୍ଚାରେ ଷ୍ଟାଚ୍ୟୁଛକ ଚା’ ଦୋକାନ: କେଉଁ ରାଜନେତାଙ୍କୁ ଭେଟିଥିଲା ଗୋବିନ୍ଦ?

ଭବାନୀପାଟଣା : ମହାଲିଙ୍ଗ ସନସାଇନ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଗୋବିନ୍ଦର ରାଜନୈତିକ ସମ୍ପର୍କକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି। ଗତ ୮ ତାରିଖରେ ମମିତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋବିନ୍ଦ ପୁଲିସ ନିକଟରେ ସ୍ବୀକାର କରିଛି। ଏବେ ଶୁଣିବାକୁ ମିଳୁଛି ଯେ ଏହାର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ୬ ତାରିଖ ଦିନ ସେ ଭବାନୀପାଟଣା ସହର ଅନ୍ତର୍ଗତ ଷ୍ଟାଚ୍ୟୁଛକ ଚା ଦୋକାନକୁ ଆସିଥିଲା । କିଛି ରାଜନୈତିକ ନେତାଙ୍କ ସହିତ ଚା’ଖଟିରେ ଯୋଗଦେଇଥିଲା। ତେବେ, ଗୋବିନ୍ଦଙ୍କ ରାଜନୀତିରେ ଗଭୀର ପ୍ରବେଶ ସହିତ ଏହି ଘଟଣାର ବାସ୍ତବରେ କି ସମ୍ପର୍କ ରହିଛି, ତାହା ଜଣାପଡ଼ିନାହିଁ।

୬ ତାରିଖ ଦିନ ଗୋବିନ୍ଦ ଷ୍ଟାଚ୍ୟୁଛକକୁ ଆସିଥିବା ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଆଲୋଚନା ଶୁଣିବାକୁ ମିଳୁଛି। ତେବେ, ଗୋବିନ୍ଦ ଭବାନୀପାଟଣା ସହର ଆସିଥିବା ସମୟରେ କେଉଁକେଉଁ ନେତାଙ୍କୁ ଭେଟିଛନ୍ତି, ତାହା ଜଣାପଡ଼ିନି। କିମ୍ବା, ସେ ସମ୍ପର୍କରେ ସେମାନେ କହିପାରୁନାହାନ୍ତି। ଏହାର ଛା୍ନଭିନ୍‌ କରାଗଲେ ଏବଂ ଗୋବିନ୍ଦର କଲ୍‌ଡିଟେଲ୍ସ ଯାଞ୍ଚ କରାଗଲେ, ଏ ସମ୍ପର୍କ‌ରେ ଜଣାପଡ଼ିବ ବୋଲି ସେମାନେ ମତ ଦେଇଛନ୍ତି। କିଛିଲୋକ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି, ‘ ହତ୍ୟାକାଣ୍ଡ ଗୋବିନ୍ଦ ଆସିଥିବା ଅର୍ଥ କିଛି ତା’ର ଉଦ୍ଦେଶ୍ୟ ରହିଥାଇପାରେ। ମାତ୍ର, ତା’ର ରାଜନୈତିକ ସମ୍ପର୍କକୁ ଅନାବରଣ କରିବା ପାଇଁ ପୁଲିସ୍‌ କୌଣସି ଆଗ୍ରହ ପ୍ରକାଶ କରୁନାହିଁ।’

ସମ୍ବନ୍ଧିତ ଖବର