ଓଡ଼ିଶାରେ ଉଡାଣ ସ୍କିମ୍ :  ଚିହ୍ନଟ ୬୦ ରୁଟରୁ କେବଳ ୧୮ଟି ରୁଟ୍ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଉଡ଼ାନ ସ୍କିମରେ ଓଡ଼ିଶାରେ ମୋଟ ୬୦ଟି ରୁଟ ଚିହ୍ନଟ ହୋଇଛି । ସେଗୁଡ଼ିକ ମଧ୍ୟରୁ ଗତ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ୧୮ଟି ରୁଟ୍ କାର୍ଯ୍ୟକ୍ଷମ ହୋଇଛି । ସେହିପରି ଏହି ସ୍କିମ ଅଧିନରେ ଝାରସୁଗୁଡ଼ା, ରାଉରକେଲା, ଉତକେଲା,ଜୟପୁର ଓ ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ଚିହ୍ନଟ ହେବା ସହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଜ୍ୟମନ୍ତ୍ରୀ ଜେନେରାଲ ଭି.କେ.ସିଂ କହିଛନ୍ତି ।

ବିଜେଡ଼ି ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏକଥା କହିଛନ୍ତି । ସେ କହିଛନ୍ତି ଯେ ଉଡ଼ାନ ସ୍କିମ ଅଧିନରେ ଏସବୁ ଏୟାରପୋର୍ଟର ବିକାଶ ପାଇଁ ଗତ ଡିସେମ୍ବର ୨୦୨୧ ସୁଦ୍ଧା ମୋଟ ୨୫୫.୭୧ କୋଟି ଟଙ୍କା ବ୍ୟୟ କରାଯାଇଛି ।

ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ କେତେକ ସମ୍ଭାବ୍ୟ ଏୟାରପୋର୍ଟ ପ୍ରକଳ୍ପ ଚିହ୍ନଟ ହୋଇଥିଲେ ବି ସେଥିପାଇଁ କୌଣସି ବିଡ ମିଳିପାରିନାହିଁ । ସେସବୁ ପ୍ରକଳ୍ପ ହେଲେ ଆମର୍ଦାରଡ, ଅନୁଗୁଳ, ବଡ଼ବିଲ, ବିରାଶାଳ, ଗୁଡାରି, ହିରାକୁଦ, ଲାଞ୍ଜିଗଡ଼, ନୂଆପଡ଼ା, ପଦମପୁର, ରାଇରଙ୍ଗପୁର, ସୁକିନ୍ଦା, ରାଇସୁଆଁ, ଥେରୁବାଲି, ଉତକେଲା ଇତ୍ୟାଦି । ଉଡାନ ସ୍କିମର ୪.୧ ରଉଣ୍ଡ ବିଡିଂ ଶେଷ ସୁଦ୍ଧ ଏସବୁ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ ପାଇଁ କୌଣସି ବୈଧ ବିଡ୍ ମିଳିନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର