ଭିମସାରରୁ ପୁଣି ଚୋରି , ସୁରକ୍ଷାକର୍ମୀ କେଉଁ କାମକୁ?

ବୁର୍ଲା: ବୁର୍ଲା ଭିମସାରର ସୁରକ୍ଷା ଦାୟିତ୍ବରେ ପୁଲିସ ଏବଂ ଘରୋଇ ସଂସ୍ଥା(ଏକ୍ସଇକ୍ୟୁଟିଭ ସିକ୍ୟୁରିଟି ସର୍ଭିସେସ) ନିୟୋଜିତ ଥିବା ବେଳେ ସେମାନେ ଏଥିରେ ଫେଲ୍ ମାରିଛନ୍ତି। ଡାକ୍ତରଖାନାରେ ପ୍ରତିଦିନ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଫୋନ୍ ଚୋରି, ବାଇକ୍‌ ଚୋରି ଭଳି ଘଟଣା ଘଟୁଥିଲେ ବି ପୁଲିସ ଏବଂ ସୁରକ୍ଷା କର୍ମୀ କିଛି କାମରେ ଆସୁନଥିବା ଅଭିଯୋଗ ହୋଇଛି। ମାଳ ମାଳ ସୁରକ୍ଷା କର୍ମୀ ନିଯୁକ୍ତି ହେବା ସହିତ ଡାକ୍ତରଖାନା ମଧ୍ୟରେ ସ୍ୱତନ୍ତ୍ର ପୁଲିସ ଫାଣ୍ଡି କେଉଁ କାମକୁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ହୀରାକୁଦ ଅଂଚଳର ରୀନା ନାୟକ (୨୨) ଗତ ୧୧ ତାରିଖ ଦିନ ବୁର୍ଲା ଡାକ୍ତରଖାନାର ମହିଳା ସର୍ଜରି ବିଭାଗରେ ଭର୍ତ୍ତି ହୋଇଥିଲେ। ବୁଧବାର ବିଳମ୍ବିତ ରାତିରେ ରୀନା ଶୋଇଥିବା ବେଳେ କେହି ଜଣେ ୱାର୍ଡ ଭିତରୁ ହିଁ ମୋବାଇଲ ଫୋନ୍ ଚୋରି କରିନେଇଥିବା ସେ ଅଭିଯୋଗ କରିଛନ୍ତି। ରାତିରେ ଉକ୍ତ ୱାର୍ଡରେ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀଙ୍କୁ ଭେଦ କରି କିଭଳି ୱାର୍ଡ ମଧ୍ୟକୁ ଚୋର ପ୍ରବେଶ କଲା ତାକୁ ନେଇ ରୀନା ପ୍ରଶ୍ନ କରିଛନ୍ତି।

ମୋବାଇଲ ଫୋନ୍ ଚୋରି ହୋଇଥିବା ନେଇ ମେଡିକାଲ ଫାଣ୍ଡିରେ ରୀନା ଅଭିଯୋଗ କରିବାରୁ ପୁଲିସ ମଧ୍ୟ ତାଙ୍କ ଅଭିଯୋଗ ରଖିନଥିବା କହିଛ୍ତି। ‘ତୁମ ମୋବାଇଲକୁ ନିଜ ହେପlଜତ ରଖିବା କଥା, ପ୍ରତିଦିନ ଡାକ୍ତରଖାନା ବହୁ ମୋବାଇଲ ଫୋନ୍ ଚୋରି ହେଉଛି, ମୋବାଇଲ ଫୋନ୍ ଚୋର ଜଗିବାକୁ ଆମେ ଅଛୁ କି ବୋଲି ଜଣେ ପୁଲିସ ବାବୁ ପାଲଟା ତାଙ୍କୁ ପ୍ରଶ୍ନ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଡାକ୍ତରଖାନାରେ ମାଳ ମାଳ ସୁରକ୍ଷା କର୍ମୀ ନିୟୋଜିତ ଥାଇ ମଧ୍ୟ ରୋଗୀ ସମ୍ପର୍କୀୟଙ୍କ ଟଙ୍କା ପଇସା, ସାମଗ୍ରୀ ପ୍ରତିଦିନ ଚୋରି ହେଉଥିଲେ ବି ଏହାର ସ୍ଥାୟୀ ସମାଧାନ ଦିଗରେ କାହିଁକି ମେଡିକାଲ କର୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି?  ଅନ୍ୟ ପକ୍ଷରେ ଭିମସାର୍ ପରିସରରେ ଥିବା ମେଡିକାଲ ଫାଣ୍ଡିରେ ମଧ୍ୟ ରାତି ୧୦ ଟା ପରେ କୌଣସି ଅଧିକାରୀ ଉପସ୍ଥିତ ନରହି କେବଳ ଜଣେ କନଷ୍ଟେବଳ ଓ ହୋମ୍ ଗାର୍ଡ ରେ ଫାଣ୍ଡି ଚାଲିଥିବାର ଦେଖିବାକୁ ମିଳୁଛି। ଗତ ଜୁନ ୫ ତାରିଖରେ ବିଳମ୍ବିତ ରାତିରେ ମେଡିକାଲ ଫାଣ୍ଡିରେ କଙ୍ଗାରୁ କୋର୍ଟ ଘଟଣା ଘଟିଥିଲା। ପୁଣି ସେହି ମାସ ୨୮ ତାରିଖରେ ଡାକ୍ତରଖାନା ଭିତରେ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ଫାଣ୍ଡି ଅଧିକାରୀଙ୍କ ଅନୁପସ୍ଥିତି ହୋଇଥିଲା।

ସମ୍ବନ୍ଧିତ ଖବର