କଟକ-ମହାନଦୀବିହାର: ରାଜ୍ୟରେ ଯାନବାହାନଗୁଡ଼ିକୁ ଚେକିଂ କରିବା କ୍ଷମତା ପୁଲିସକୁ ଦେବା ପ୍ରସଙ୍ଗକୁ ବିରୋଧ ସହିତ ୭ ଦଫା ଦାବିରେ ଏକାଠି ହୋଇଛନ୍ତି ବସ୍, ଟ୍ରକ୍, ମିନିଟ୍ରକ୍ ମାଲିକଙ୍କ ସମେତ ଡ୍ରାଇଭର ସଂଘ। ଆସନ୍ତା ଜୁଲାଇ ୮ ତାରିଖ ସୁଦ୍ଧା ଏହି ଦାବି ପୂରଣ ନହେଲେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯିବାକୁ ଆଜି ପରୋକ୍ଷରେ ଧମକ ଦିଆଯାଇଛି।
ଓଡ଼ିଶା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟତଃ ପୁଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ କରାଯାଇଛି। ଡ୍ରାଇଭରମାନଙ୍କର ଏକ ୱେଲ୍ଫେୟାର ବୋର୍ଡ ରହିଥିବା ବେଳେ ଏଥିରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଇନାହିଁ। ସେମାନଙ୍କୁ ଏଥିରେ ସାମିଲ କରିବାକୁ ଦାବି କରାଯିବା ସହିତ ୬୦ ବର୍ଷରେ ଡ୍ରାଇଭରଙ୍କୁ ପେନସନ୍ ପ୍ରଦାନ, ପାର୍କିଂ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ କରିବାକୁ ଦାବି କରାଯାଇଛି।
ଏହି ବୈଠକରେ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବି ଶତପଥୀ, ଓଡ଼ିଶା ଟ୍ରକ୍ ମାଲିକ ସଂଘର ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ଓଡ଼ିଶା ଡ୍ରାଇଭର ମହାସଂଘର ପ୍ରଶାନ୍ତ ମେଣ୍ଡୁଲି, ଅଲ୍ ଓଡ଼ିଶା ମିନିଟ୍ରକ୍ ମାଲିକ ମହାସଂଘର ବଳରାମ ମହାପାତ୍ର, ରାଜ୍ୟ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କଟକ ଘରୋଇ ବସ୍ ମାଲିକ ସଂଘର ସଭାପତି ପ୍ରିୟବ୍ରତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ କହିଛନ୍ତି, ସରକାର ୮ ତାରିଖ ପୂର୍ବରୁ ଏହି ପ୍ରସଙ୍ଗକୁ ବିଚାର ନକଲେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯିବ।
ଜୁଲାଇ ୮ରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚେତାବନୀ
ରାଜ୍ୟରେ ଯାନବାହାନଗୁଡ଼ିକୁ ଚେକିଂ କରିବା କ୍ଷମତା ପୁଲିସକୁ ଦେବା ପ୍ରସଙ୍ଗକୁ ବିରୋଧ ସହିତ ୭ ଦଫା ଦାବିରେ ଏକାଠି ହୋଇଛନ୍ତି ବସ୍, ଟ୍ରକ୍, ମିନିଟ୍ରକ୍ ମାଲିକଙ୍କ ସମେତ ଡ୍ରାଇଭର ସଂଘ। ଆସନ୍ତା ଜୁଲାଇ ୮ ତାରିଖ ସୁଦ୍ଧା...
/sambad/media/media_files/2025/06/11/0lyYbqtPsx4bLecJp5Bq.jpg)