ବାଘ ଶିକାର ରୋକିବାକୁ ପଦକ୍ଷେପ, ଡିଏନଏ ପ୍ରୋଫାଇଲିଂ କରିବ ବନ ବିଭାଗ

ଭୁବନେଶ୍ବର : ବାଘ ଶିକାର ରୋକିବାକୁ ପଦ‌କ୍ଷେପ ନେଇଛି ଜଙ୍ଗଲ ବିଭାଗ। ପ୍ରଥମ ଥର ପାଇଁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘଙ୍କ ଡିଏନଏ ପ୍ରୋଫାଇଲିଂ। କଲରାପତରିଆ ଦେଖାଯାଉଥିବା ବିଭିନ୍ନ ଜଙ୍ଗଲକୁ ଚିହ୍ନଟ କରାଯିବ। ସମ୍ପୃକ୍ତ ଅଞ୍ଚଳରେ ବାଘଙ୍କ ମଳ ଓ ରାମ୍ପୁଡା ଦାଗ ଚିହ୍ନଟ କରାଯିବ। ସଂଗୃହୀତ ନମୁନାକୁ ଓଡ଼ିଶା କୃଷି ଓ ବୈ‌ଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ସେଣ୍ଟର ଫର୍ ୱାଇଲ୍ଡ୍ ଲାଇଫ୍ ହଲକୁ ପଠାଯିବ। ସେଠାରେ ନମୁନାର ଡିଏନ୍‌ଏର ପ୍ରୋଫାଇଲିଂ ହେବ। ଜବତ ବାଘ ଛାଲ ଡିଏନ୍‌ଏ ସହ ସଂଗୃହୀତ ଡିଏନ୍‌ଏର ଯାଞ୍ଚ କରାଯିବ। ଫଳରେ ମିଳୁଥିବା ବାଘ ଛାଲ କେଉଁଠୁ ଆସୁଛି କିମ୍ବା ହତ୍ୟା ହୋଇଛି ତାହା ସ୍ପଷ୍ଟ ହେବ। ଅନ୍ତର୍ଜାତୀୟ ବାଘ ଦିବସ ଅବସରରେ ବାଘଙ୍କ ସୁରକ୍ଷା ଲାଗି ଜଙ୍ଗଲ ବିଭାଗ ଏଭଳି ଯୋଜନା ପ୍ରସ୍ତୁତ କରିଛି। ଶିମିଳିପାଳ ଓ ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଏନଟିସିଏ ମାନକ ପୂରଣ କାର୍ଯ୍ୟ ଜାରି ରହିଥିବା ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶି ପଲ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର