ଭୁବନେଶ୍ୱର: କୋରାପୁଟ ଜୟପୁରରେ ଆଜି ବଜ୍ରକାପ୍ତା ଡିଲ ବେଳେ ମାଡି ବସିଲା ସ୍ପେଶାଲ ଟାସ୍କଫୋର୍ସ | ଜୟପୁର ଫରେଷ୍ଟ ଡିଭିଜନ ସହଯୋଗରେ ଏସଟିଏଫ ଦୁଇ ଅଭିଯୁକ୍ତକୁ ଧରିଥିବାବେଳେ ବୈପାରିଗୁଡା ଥାନା ଖାଡୁପଦର ଛକଠାରେ ଡ଼ିଲ ଚାଲିଥିଲା | ଏସଟିଏଫ ଦୁର୍ଯ୍ୟ ମାତପାଡ଼ିଆ, କାର୍ତ୍ତିକ ହରିଜନ ନାମକ ଦୁଇ ଅଭିଯୁକ୍ତଙ୍କୁ ବନ୍ୟଜନ୍ତୁ ଆଇନ ୧୯୭୨, ଦଫା ୩୭୯, ୪୧୧, ୧୨୦ ବି ରେ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି |
ସେହିପରି ବନ୍ୟପ୍ରାଣୀ ଅପରାଧୀଙ୍କୁ ମିଳିଛି କଠୋର ଶାସ୍ତି । ପ୍ରଥମ ଥର ଲାଗି ବନ୍ୟପ୍ରାଣୀ ଅପରାଧୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି । ଅନାଦେୟ ୬ ମାସ ଜେଲ ଭୋଗିବେ ଅପରାଧୀ। ଅପରାଧୀ ଜଣକ ହେଉଛନ୍ତି ମହେନ୍ଦ୍ର ଭାଇନା। ତାଙ୍କ ଘର ମନମୁଣ୍ଡା ଥାନା ବାଦଲଗୁଡା ଗାଁରେ ହୋଇଥିବାବେଳେ କଣ୍ଟାମାଳ ଜେଏମଏଫସି କୋର୍ଟରେ ମାମଲା ଚାଲିଥିଲା । ୨୮ ଏପ୍ରିଲ ୨୦୨୧ ମସିହାରେ ମନମୁଣ୍ଡା ଥାନା ଅଧୀନରେ ଏକ ଚିତାବାଘ ଚମଡା ଅଭିଯୁକ୍ତଙ୍କଠାରୁ ଏସଟିଏଫ ଜବତ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/4759ff27-6402-4c85-9e34-01889bd908ef.jpg)