ଭୁବନେଶ୍ବର: ଏସଟିଏଫ୍ ହାତରେ ଧରାପଡ଼ିଛି ଏକ ବଡ଼ ଠକ। ନିଜକୁ ଜଣେ ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ ସେ ଜଣେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୧ କୋଟି ଟଙ୍କା ମାଗୁଥିବାର ଅଭିଯୋଗ ଆସିବା ପରେ ସେ ଧରାପଡ଼ିଥିବା ଜଣାଯାଇଛି। ଉକ୍ତ ଯୁବକଙ୍କ ନାଆଁ ହେଲୋ ମନୋଜ ମାଝୀ। ତାଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ।
ଏହାଛଡ଼ା ଚାକିରି କରାଇବା ନାଁରେ ମନୋଜ ମାଝୀ ବି କୋଟିଏରୁ ଅଧିକ ଟଙ୍କା ଠକିଥିବାର ଅଭିଯୋଗ ହୋଇଛି। ଆଜି ଏସଟିଏଫ୍ ତାଙ୍କୁ କୃଷ୍ଣପ୍ରସାଦରୁ ଗିରଫ କରିଛି ଏସଟିଏଫ। ସେ ପୁରୀ, ଖୋର୍ଦ୍ଧା ଓ କଟକର ବହୁ ପିଲାଙ୍କଠାରୁ ଠକିଥିବା ଅଭିଯୋଗ ହୋଇଛି। ମନୋଜ ମାଝୀଙ୍କ ଘରୁ ପିଲାଙ୍କ ନକଲି ଆଇକାର୍ଡ ଓ ନକଲି ନିଯୁକ୍ତିପତ୍ର ଜବତ ହୋଇଛି। ଗିରଫ ହେବା ପରେ ମନୋଜ ମାଝୀ ସ୍ବୀକାର କରିଛନ୍ତି ଯେ ସେ ନିଜକୁ ଜଣେ ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ କେତେକ ସରକାରୀ ଅଧିକାରୀ ଓ ଠିକାଦାରଙ୍କୁ ବି ଠକିଛନ୍ତି। ମନୋଜ ମାଝୀ ଜଣେ ଉଚ୍ଚଶିକ୍ଷିତ ବୋଲି ଜଣାଯାଇଛି। ସେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସହ ସେଠାରୁ ପିଏଚଡି ଡିଗ୍ରି ମଧ୍ୟ ହାସଲ କରିଛନ୍ତି।