ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଜମିରେ ବେଆଇନ୍ ଭାବେ ପଥର ଖଣି କରି ପଥର ବିକ୍ରି କରୁଥିବା ଜଣେ ଯୁବକଙ୍କୁ ରାଜ୍ୟ ପୁଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ( ଏସ୍ଟିଏଫ୍) ଗୁରୁବାର ଗିରଫ କରିଛି। ଗିରଫ ଯୁବକଙ୍କ ନାମ ଶେଖ୍ ମହମ୍ମଦ ଅଖତର ବୋଲି ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗିରଫ ହୋଇଥିବା ଶେଖ୍ ମହମ୍ମଦଙ୍କ ଘର ପିପିଲିରେ। ବେଆଇନ ପଥର କାରବାର ମାମଲାରେ ତାଙ୍କ ନାମରେ କେସ୍ ନମ୍ବର ୦୭/୨୦୧୯ ରୁଜୁ ହୋଇଥିଲା । ସେ ମହାପ୍ରଭୁ ଜଗନ୍ନାଥଙ୍କ ମାଲିକାନାରେ ଥିବା ଜମିରେ ବେଆଇନ୍ ପଥର ଖଣି କରିଥିଲେ । ଶେଖ୍ ମହମ୍ମଦ ମହାପ୍ରଭୁ ଜଗନ୍ନାଥଙ୍କ ଜମିରେ ବେଆଇନ୍ ଭାବେ ପଥର ଖୋଳି ଅନ୍ୟ ସ୍ଥାନରେ ନେଇ ବିକ୍ରି କରୁଥିଲେ। ସେ ଅନେକଦିନ ହେବ ଫେରାର ରହିଥିଲେ। ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ସେହିପରି ଏସ୍ଟିଏଫ୍ ଅତର୍କିତ ଚଢ଼ଉ କରି ଅନୁଗୁଳୁରୁ ବେଆଇନ୍ କୋଇଲା ଚାଲାଣ କରୁଥିବା ୭ଜଣ କୋଇଲା ମାଫିଆଙ୍କୁ ଗୁରୁବାର ଅପରାହ୍ନରେ ଗିରଫ କରିଛି। ଗିରଫ ୭ କୋଇଲା ମାଫିଆଙ୍କୁ ଆଜି କୋର୍ଟ ଚାଲାଣ ବି କରାଯାଇଛି।