ନୀଳଗିରିରେ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଏସଟିଏଫକୁ ବଡ଼ ସଫଳତା

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଓଡ଼ିଶା ପୁଲିସର ସ୍ପେସାଲ୍ ଟାକ୍ସ ଫୋର୍ସ ଏତେ ପରିମାଣର ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି। ସୂଚନା ମୁତାବକ ଗତକାଲି ବାଲେଶ୍ଵର ନୀଳଗିରିରେ ଚଢ଼ାଉ କରି ଏସଟିଏଫକୁ ଏହି ସଫଳତା ମିଳିଥିବା କହିଛନ୍ତି ପୁଲିସ ଡିଜି।
ସବୁଠାରୁ ବଡ଼ କଥା ହେଲା ବିଗତ କିଛି ମାସ ଭିତରେ ଧଳାଜହରର କାରବାର କାୟା ବିସ୍ତାର କରିଥିବା ବେଳେ ଓଡ଼ିଶାରେ ଏହାର ଚେର ପାଖରେ ପହଞ୍ଚିବାକୁ ରଣନୀତି କରୁଛି ଏସଟିଏଫ୍ । ତେଣୁ ଗତକାଲି ଖବର ମିଳିବା ପରେ ବାଲେଶ୍ୱର ନୀଳଗିରିରେ ଚଢ଼ାଉ କରିଥିଲା ଏସଟିଏଫ । ୨ ହୋଲସେଲରଙ୍କୁ ଗିରଫ ବେଳେ, ସେମାନଙ୍କ ନିକଟରୁ ୨, ୭୨୯ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏମାନଙ୍କ ସହ ଅନ୍ୟ କେଉଁମାନେ ରହିଛନ୍ତି ସେଥିନେଇ ପୁଲିସ୍ ଖୋଳତାଡ଼ କରୁଥିବା ଜଣାଯାଇଛି ।
କେବଳ ଏତିକି ନୁହେଁ ବାଲେଶ୍ୱରକୁ କେମିତି ଆସୁଛି ବ୍ରାଉନସୁଗାର ସେନେଇ ଅନ୍ୟ ରାଜ୍ୟର ପୁଲିସ ସହ ଯୋଗାଯୋଗ କରାଯାଇଛି । ଗତ ୪ବର୍ଷ ଭିତରେ ରାଜ୍ୟ ମୋଟ ୬ କିଲୋଗ୍ରାମ୍ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ବେଳେ, ଚଳିତ ବର୍ଷ ୩ ମାସ ମଧ୍ୟରେ ୬ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଧରିବାରେ ସଫଳ ହୋଇଛି ଏସଟିଏଫ୍ ବୋଲି କହିଛନ୍ତି ପୁଲିସ୍ ଡିଜି ।

ସମ୍ବନ୍ଧିତ ଖବର