ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍‌, ୩ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା-ଜଟଣୀ ବାଇପାସ୍ ଠାରେ ଏସ୍ଟିଏଫ୍ ଚଢ଼ଉ କରି ଏକ ବିଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର କରିବା ସହ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି ।
ସୂଚନାନୁସାରେ, ଗୁଇନ୍ଦା ସୂଚନା ପାଇଁ ଏସ୍ଟିଏଫ୍ର ଏକ ଟିମ୍ ନିର୍ଦ୍ଧାରିତ ସ୍ଥାନରେ ଚଢ଼ଉ କରିଥିଲା । ତିନିଜଣ ବ୍ୟକ୍ତିଙ୍କୁ ଅଟକାଇ ଯାଂଚ କରିବାରେ ସେମାନେ ଧରିଥିବା ଏକ ଅଖାରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା । ସେମାନେ ଏହି ବଜ୍ରକାପ୍ତା ଭୁବନେଶ୍ୱର ନେଉଥିଲେ ।

ଏନେଇ ଏସ୍ଟିଏଫ୍ ମାମଲା ନମ୍ବର ୨୮/୨୦୨୨ରେ ଅଭିଯୁକ୍ତ- କଟକ ବଡ଼ମ୍ବା ଗଡ଼ପୋଖରୀର ସାଧୁଚରଣ ମହାନ୍ତି, ରାୟଗଡ଼ା ଜିଲ୍ଳା ଚାନ୍ଦଲି ଥାନାର ବି ନାରାୟଣପୁରର କଷ୍ଟି କାଡ୍ରାକା ଓ କଟକ ବଙ୍ଗରସିଂହର ବିଜୟ କୁମାର ପରିଡ଼ାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଦ୍ଧାର ପାଇଥିବା ବଜ୍ରକାପ୍ତାକୁ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର