ଧର୍ମଶାଳା: ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତର ପଣ୍ତୁଆ ପୋଖରୀ ନିଲାମ ହେବା ପରେ ମାଛ ଚୋରି ଓ ଦୁଇଟି ମନରେଗା ଫଳକକୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ପଣ୍ତୁଆ ମୌଜାରେ ଥିବା ଏହି ପୋଖରୀର ଉନ୍ନତୀକରଣ ନିମନ୍ତେ ମନରେଗା ଯୋଜନାରେ ଦୁଇଟି ଆର୍ଥିକ ବର୍ଷରେ ୧୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ହୋଇଥିବା ୩ଟି ସୂଚନା ଫଳକରେ ଏହା ଉଲ୍ଲେଖ ରହିଛି।
ଗତ ଏପ୍ରିଲ୍ ୧୧ତାରିଖରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପଣ୍ତୁଆ ପୋଖରୀ ପରିଦର୍ଶନରେ ଆସି ମନରେଗା କାର୍ଯ୍ୟର ସମୀକ୍ଷା କରିବା ସହିତ ଏଥିରେ ହୋଇଥିବା ଅନିୟମିତତାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ପଞ୍ଚାୟତ ପକ୍ଷରୁ ଗତ ୮ତାରିଖରେ ଏହି ପୋଖରରୀର ନିଲାମ ହୋଇଥିଲା। ଜାମୁବଣିଆ ମୌଜାର ଏକ ମହିଳା ଗୋଷ୍ଠୀ ଏହାକୁ ୧ଲକ୍ଷ ୯୦ହଜାର ଟଙ୍କାରେ ନିଲାମ ନେଇଥିଲେ। ଗତବର୍ଷ ଏହି ପୋଖରୀ ମାତ୍ର ୨୦ ହଜାର ୫୦୦ ଟଙ୍କାରେ ନିଲାମ ହୋଇଥିଲା। ଏଥର ବିବାଦ ସୃଷ୍ଟି ହୋଇ ନିଲାମ ପରିମାଣ ୧ଲକ୍ଷ ୯୦ହଜାର ଟଙ୍କାରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ଦୁଇ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ନିଲାମ ହେବାର ଗୋଟିଏ ଦିନ ପରେ ଏହି ପୋଖରରୀରୁ ମାଛ ଚୋରି ହୋଇ ଯାଇଥିଲା। ଏହି ଘଟଣାର ଦୁଇଦିନ ପରେ ପୋଖରୀ ହୁଡ଼ାରେ ଥିବା ମନରେଗା ଯୋଜନାର ୨ଟି ଫଳକକୁ ଭାଙ୍ଗି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/11-14.jpg)