ପୁରୀ: ସାରା ରାଜ୍ୟରେ ନିଶାର ପାଦୁର୍ଭାବ ବୃଦ୍ଧି ହେବାକୁ ଲାଗୁଛି। ଯାହା ଫଳରେ ବିଭିନ୍ନ ସ୍ଥାନରେ ଚୋରି, ଡ଼କାୟତି ଆଦି ବୃଦ୍ଧି ପାଉଛି। ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ କଳାପଞ୍ଚଣ ପଞ୍ଚାୟତ ନୂଆପାଟଣା ଗ୍ରାମରେ ଗତ ୨୭ ତାରିଖ ରାତିରେ କୋଉ ଦୁର୍ବୁତ୍ତମାନେ କଟର ସହାୟତାରେ ତାଲା ଏବଂ ଗ୍ରିଲ କାଟି ଲକ୍ଷ୍ମୀନୃସିଂହ ମନ୍ଦିରରୁ ସମସ୍ତ ପିତ୍ତଳ ବାସନ ସହିତ ସୁନା ଚେନ୍, ଘଣ୍ଟ, ଘଣ୍ଟି , ମୁକୁଟ, ଇଲେକ୍ଟ୍ରି ପାଣି ମଟର ସହ ଦାନ ବାକ୍ସରେ ଶ୍ରଦ୍ଧାଳୁମାନେ ପକାଇଥିବା ଟଙ୍କା ଚୋରାଇ ନେଇଛନ୍ତି। ସମସ୍ତ ଜିନିଷର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ମନ୍ଦିରର ପୂଜକ ଓ ଗ୍ରାମବାସୀ କହିଛନ୍ତି। ଏହି ଚୋରି ନେଇ ମନ୍ଦିର କମିଟି ପକ୍ଷରୁ ଚାରିଛକ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପାଇଁ ଚାରିଛକ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି।
ଲକ୍ଷ୍ମୀନୃସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2023/02/puri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)