ରସୁଲପୁର/ହରିପୁର : ହରିପୁୁର ବଜାରରୁ ସୁନାଗହଣା ଚୋରି ହେବାର ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଧରିବାରେ କୁଆଖିଆ ପୁଲିସ ସକ୍ଷମ ହୋଇଛି। ଚୋରି ହୋଇଥିବା ସୁନାଗହଣା ସେମାନଙ୍କଠାରୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ବ୍ୟବହାର କରିଥିବା ଏକ ପଲସର ବାଇକ୍ (ଓଡି ୩୪ କେ ୩୭୩୮) କୁ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଯଖପୁରା ଥାନା ଦଶମାଣିଆ ଗ୍ରାମର ବିଜୟ ପ୍ରଧାନ (୨୬), ରଙ୍ଗା ପ୍ରଧାନ (୩୦) ଓ ଆକାଶ ପ୍ରଧାନ (୧୯)।
/sambad/media/post_attachments/wp-content/uploads/2021/07/f5c963f5-285e-4999-a027-ce03ff5bdefa.jpg)
ହରିପୁର ବଜାରରୁ ଗତ ୭ ତାରିଖ ଦିନ ପ୍ରାୟ ଗୋଟାଏରେ ଏହି ଚୋରି ହୋଇଥିଲା। ସେଦିନ ରାଜେନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ବେହେରା ଦୁଇଟି ସୁନାଚେନ୍, ଦୁଇପଟ ଚୁଡ଼ି ଓ ଏକହଳ ଶାଙ୍ଖି ଏପରି ମୋଟ ୧ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ୨୪ ଗ୍ରାମ ଓଜନର ହଲମାର୍କଯୁକ୍ତ ସୁନା ଗହଣା କିଣିଥିଲେ। ପରେ ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ। ଏହି ସମୟରେ ତାଙ୍କ ବାଇକରେ ଥିବା ସୁନା ଗହଣା ବ୍ୟାଗ୍ଟିକୁ ଧରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ସେ ତୁରନ୍ତ ଏ ବିଷୟରେ ସେଠାରେ ପାଟ୍ରୋଲିଂ କରୁଥିବା ପୁଲିସ ଟିମକୁ ଜଣାଇଥିଲେ। ପୁଲିସ ପହଞ୍ଚି ନିକଟସ୍ଥ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଖବର ପାଇ ଏସଡିପିଓ ଚିନ୍ମୟ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କୁଆଖିଆ ବଜାରର କିଛି ଦୋକାନର ସିସି କ୍ୟାମେରା ଫୁଟେଜ୍ ମଧ୍ୟ ପୁଲିସ ଯାଞ୍ଚ କରିଥିଲା।
ଏ ସଂକ୍ରାନ୍ତରେ କୁଆଖିଆ ଥାନାରେ ଏକ ମାମଲା ୨୩୭/୨୧ରେ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା। କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ, ଏସ୍ଆଇ ପ୍ରଶାନ୍ତ ଦାସ ଓ ଅନୀତା ପ୍ରଧାନଙ୍କୁ ନେଇ ଗଠିତ ଏହି ଟିମ୍ ଗତକାଲି ଯଖପୁରା ଥାନା ଦଶମାଣିଆ ଗ୍ରାମରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। କୋଭିଡ୍ ପରୀକ୍ଷା ପରେ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏମାନଙ୍କ ନାମରେ ପୂର୍ବରୁ ଅନ୍ୟ ମାମଲା ରହିଛି କି ନାହିଁ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ଏସଡିପିଓ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/13d26866-b914-4d99-b8da-f5324365a46e-1.jpg)