ଶିକ୍ଷୟିତ୍ରୀଙ୍କ ଘରୁ ସୁନା ଚୋରି କଲା ଛାତ୍ରୀ, ବଡ଼ଭଉଣୀ ମାଧ୍ୟମରେ ବ୍ୟାଙ୍କକୁ ଗଲା ଅଳଙ୍କାର

ଜୟପୁର: ତିନି ବର୍ଷ ତଳେ ଚୋରି ହୋଇଥିବା ୧୨୦ଗ୍ରାମ ସୁନା ଅଳଙ୍କାରକୁ ନାଟକୀୟ ଭାବେ ଜୟପୁର ଟାଉନ ପୁଲିସ ୩ଟି ବ୍ୟାଙ୍କରେ ବନ୍ଧକ ଭାବେ ଥିବା ବେଳେ ଉଦ୍ଧାର କରିଛି। ଏହା ସହ ଉଦ୍ଧାର ସୁନା ଅଳଙ୍କାରକୁ ସାନା କ୍ରୀଷ୍ଣା ଓତାଙ୍କ ପରିବାରର ଜିମାରେ ଦିଆଯାଇଛି ବୋଲି କହିଛନ୍ତି ଜୟପୁର ଟାଉନଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ।

ପ୍ରକାଶଯୋଗ୍ୟ, ୨୦୧୯ମସିହା ଅକ୍ଟୋବର ୧୬ତାରିଖ ଦିନ କେଲ୍ଲାନଗର ଅଂଚଳରେ ରହୁଥିବା ସାନା କ୍ରୀଷ୍ଣାଙ୍କ ଘରୁ ପ୍ରାୟ ୧୮୦ଗ୍ରାମର ସୁନା ଅଳଙ୍କାର ଚୋରି ହୋଇଥିଲା। ସେ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲେ। ସାନା କ୍ରୀଷ୍ଣାଙ୍କ ସ୍ତ୍ରୀ ସ୍ଥାନୀୟ ସିଟି ସ୍କୁଲରେ ଶିକ୍ଷୟିତ୍ରୀ ଥିବା ବେଳେ ସେହି ସ୍କୁଲରେ ଅଭିଯୁକ୍ତା ପିଆର ପେଟ୍ଟା ଅଂଚଳର ରେବତୀ ହୋତା ଛାତ୍ରୀ ଥିଲେ। ପୂର୍ବ ପରିଚିତ ଥିବାରୁ ସେ ନିଜ ଶିକ୍ଷୟତ୍ରୀଙ୍କ ସହ ସଂପର୍କ ବଢ଼ାଇଥିଲେ। ତା ପରେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ଏପରି ଦିନେ ଘରେ କେହି ନଥିବାର ସୁଯୋଗ ଦେଖି ଘର ମଧ୍ୟକୁ ପଶି ଅଭିଯୁକ୍ତା ଜଣକ ସୁନା ଅଳଙ୍କାର ଚୋରି କରି ନେଇଥିଲେ। ସେ ଏହି ସୁନା ଅଳଙ୍କାର ଚୋରି କରି ମିଲସାହି ଅଂଚଳରେ ରହୁଥିବା ଭଉଣୀ କେ. ସିରିଙ୍କ ଜରିଆରେ ମାଣାପୁରମ୍, ମୁଥୁ ଓ ବଜାଜ ଫାଇନାନସ୍ ତିନୋଟି ଘରୋଇ ବ୍ୟାଙ୍କରେ ବନ୍ଧକ ରଖିଥିଲେ। ସାନା କ୍ରୀଷ୍ଣା ଏତଲା ଦେବା ପରେ ପୁଲିସ ବହୁ ଖୋଜାଖୋଜି କରିଥିଲେ ହେଁ ଦୁର୍ବତ୍ତା ଜଣକ ଫେରାର ହୋଇଯାଇଥିଲେ।

ତେବେ ପୁଲିସ ପ୍ରଥମେ ବଜାଜ ଫାଇନାନସ୍ ରୁ ୨୦ଗ୍ରାମ ସୁନା ଅଳଙ୍କାର ଉଦ୍ଧାର କରି କ୍ରୀଷ୍ଣାଙ୍କୁ ଦେଇଥିଲେ। ତେବେ ବଳକା ସୁନା ମିଳି ନଥିଲା। ମାମଲାର ତଦନ୍ତ ଜାରି ରହିଥିବା ବେଳେ ଗତ ଏପ୍ରିଲ ୪ତାରିଖରେ ଏହି ମାମଲାର ସହଯୋଗୀ ଅଭିଯୁକ୍ତା କେ.ସିରିଙ୍କୁ ପୁଲିସ କରିବା ସହ ଅଧିକା ପଚାରାଉଚାରା କରିବାରେ ଅନ୍ୟ ୨ ବ୍ୟାଙ୍କ ସଂପର୍କରେ ସୂଚନା ମିଳିଥିଲା । ତା ପରେ ପୁଲିସ ମାଣାପୁରମ୍ ଫାଇନାନସରେ ତଦନ୍ତ କରିବାରେ ସେଠାରେ କିଛି ସୁନା ବନ୍ଧକ ରଖି ଏକ ଲକ୍ଷ ୮୦ହଜାର ଟଙ୍କା ନେଇଥିବା ସୂଚାନ ମିଳିଥିଲା। ସେପରି ମୁଥୁ ଫାଇନାନସରେ ବନ୍ଧକ ରଖି ଏକ ଲକ୍ଷ ୧୦ଜାର ଏବଂ ଆଉ କିଛି ବଜାଜ ଫାଇନାନସରେ ଜମା ରଖିଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଥିଲା। ପରବର୍ତ୍ତୀ ସମୟରେ ଏସବୁ ବ୍ୟାଙ୍କରୁ ଚୋରି ସୁନା ଅଳଙ୍କାର ୧୨୦ଗ୍ରାମ ଉଦ୍ଧାର କରିଥିଲା। ଉଦ୍ଧାର ସୁନାକୁ ୩ବର୍ଷ ପରେ ଟାଉନଥାନା ପୁଲିସ ଫେରାଇଥିବାରୁ କ୍ରୀଷ୍ଣା ପୁଲିସ ପ୍ରଶାସନକୁ ସାଧୁବାଦ୍ ଦେଇଛି। ତେବେ ମୁଖ୍ୟ ଅଭିଯୁକ୍ତା ଜଣକୁ ଗିରଫ କରାଯିବାର ନିହାତି ଆବଶ୍ୟକତା ରହିଛି ବୋଲି କ୍ରୀଷ୍ଣା କହିଛନ୍ତି। ଅଭିଯୁକ୍ତ ବିଶ୍ବାସ ଜିତି ଏଭଳି ଅବିଶ୍ବାସୀ କାମ କରିବା ଏବଂ ଗୁରୁ ଶିଷ୍ୟା ପରମ୍ପରା ପ୍ରତି କଳଙ୍କ ବୋଲି କହିଛନ୍ତି କ୍ରୀଷ୍ଣା। ପୁଲିସର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶାଂସା କରାଯାଇଛି।

ସମ୍ବନ୍ଧିତ ଖବର