ଜଳସଚେନ ପଏଣ୍ଟରୁ ଚୋରି ସାମଗ୍ରୀ ନୀଳଗିରି ବଗିଚାରୁ ଉଦ୍ଧାର, ୨ଗିରଫ

ଜୟପୁର: ଗତ ୧୦ତାରିଖ ଦିନ ରାତିରେ ଜୟପୁର ସଦରଥାନା ଅର୍ନ୍ତଗତ ପୁଜାରୀପୁଟ ଓ ଦଳେଇପୁଟ ଗାଁର ଚାଷ ଜମିରୁ ୧୦ଏଚପି ଓ ୫ଏଚପିର ୨ଟି ପାଣି ମୋଟର ଚୋରି ହୋଇଥିଲା। ଏହି ମାମଲାରେ ସଦରଥାନା  ପୁଲିସକୁ ମିଳିଛି ସଫଳତା। ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୋଟରରୁ ବାହାର କରାଯାଇଥିବା ତମ୍ବା ତାର ଓ ଗୋଟିଏ ବାଇକ ଆଦି ଜବତ କରାଯାଇଛି।

ଅଭିଯୁକ୍ତ ଦ୍ବୟ ହେଲେ ପାଲିଗୁଡାର କିରଟ ଓରଫ ଭକ୍ତରାମ ହରିଜନ ଓ ମାଳିଦଳେଇପୁଟର ପ୍ରହ୍ଲାଦ ଗୌଡ଼ ବୋଲି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ସୂଚନା ଦେଇଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି। ୪ଜଣ ଅଭିଯୁକ୍ତ ମିଶି ପାଣି ମୋଟର ଚୋରି କରି ଏଥିର ତମ୍ବା ତାର ବାହାର କରି ବାହାରକୁ ନେଇ ବିକ୍ରୀ କରୁଥିବା ତଦନ୍ତ ବେଳେ ଜଣା ପଡ଼ିଛି। ଅତିଶୀଘ୍ର ଆଉ ୨ ଅଭିଯୁକ୍ତଙ୍କୁ ବି ଧରାଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ।

ସମ୍ବନ୍ଧିତ ଖବର