ବ୍ରଜରାଜନଗର: ବ୍ରଜରାଜନଗର ଥାନା ବୁନ୍ଦିଆ କଲୋନିର ସାନୁ ବେହେରାଙ୍କର ଘୋଡ଼ା ଚୋରି ହୋଇଥିବା ଶୁକ୍ରବାର ରାମପୁର ଫାଣ୍ଡିରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ଅନୁସନ୍ଧାନ କରି ବେଲପାହାଡ଼ ଗୁମାଡେରା ଗୋବିନ ଟକିଜ ନିକଟ କମଳ କିଶୋର ପ୍ରସାଦଙ୍କ ଘର ନିକଟରୁ ଘୋଡ଼ାକୁ ଉଦ୍ଧାର କରିଛି।
ଏହି ମାମଲାରେ ପୁଲିସ କମଲଙ୍କୁ ଅଟକ ରଖି ପଚରା ଉଚାର କରୁଛି। ଏହି ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ପୁଲିସ ଅନୁମାନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/30-14.jpg)