କାରଖାନାରୁ ଯନ୍ତ୍ରାଂଶ ଚୋରି,  ୮  ଗିରଫ

ବୀରମିତ୍ରପୁର: ସ୍ପଞ୍ଜ ଆଇରନ କାରଖାନାରୁ ଯନ୍ତ୍ରାଂଶ ଚୋରି ଘଟଣାରେ ବୀରମିତ୍ରପୁର ପୁଲିସ ଆଜି ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲେ। ସୂଚନା ମୁତାବକ ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲସ୍ଥ ପବନଜୟ ନାମକ ଏକ ଘରୋଇ ସ୍ପଞ୍ଜ କାରଖାନାରୁ ତମ୍ବା ଯନ୍ତ୍ରାଂଶ ଚୋରି ହୋଇଥିବା ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା।

ତେବେ ଏହି ଘଟଣାରେ ପୂର୍ବରୁ କୁଆରମୁଣ୍ଡା ବ୍ଲକ୍‌  ଖୁଖୁଣ୍ଡୁବାହାଲ ପଞ୍ଚାୟତର ସମିତି ସଭ୍ୟ ରଜିତ ତିର୍କୀ ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୀରମିତ୍ରପୁର ପୁଲିସ ଆଜି ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସମସ୍ତ ଅଭିଯୁକ୍ତ ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋବିରା ଅଞ୍ଚଳର ବୋଲି ଜଣା ପଡିଛି। ଅଭିଯୁକ୍ତଙ୍କ ଠାରୁ ଏକ ବୋଲେରୋ ଗାଡ଼ି ପୁଲିସ ଜବତ କରିଛି। ତେବେ ଏହି ଘଟଣାରେ ଆହୁରି ଅଭିଯୁକ୍ତ ସଂପୃକ୍ତ ଥିବା ପୁଲିସ ପ୍ରେସ ବାର୍ତ୍ତାରେ ସୂଚନା ଦେଇଥିବାବେଳେ ବୀରମିତ୍ରପୁର ଏସ୍‌ଡ଼ିପିଓ ମାନସ ରଞ୍ଜନ ପ୍ରଧାନ ଓ ଥାନା ଅଧିକାରୀ ମନୋଜ ମଞ୍ଜରୀ ନାଏକଙ୍କ ନେତୃତ୍ୱରେ ପୁଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଚଢ଼ଉ ଜାରି ରଖିଥିଲେ। ବୀରମିତ୍ରପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଆଜି ଏହି ୮ ଜଣ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର