ବଲାଙ୍ଗୀର : ବୁଧବାର ରାତିରେ ଭବାନୀପାଟଣାରୁ କଟକ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଉପରେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟ ଛକରେ ଦୁର୍ବୃତ୍ତମାନେ ପଥରମାଡ଼ କରିଛନ୍ତି। ଏଥିରେ ବସ୍ର କାଚ ଭାଙ୍ଗିଯାଇଛି ଏବଂ ଚାଳକଙ୍କ ଛାତିରେ ଆଘାତ ଲାଗିଛି। ବୁଧବାର ରାତି ୧୧ଟା ୨୦ ମିନିଟରେ ଛକରେ ଉପସ୍ଥିତ ଥିବା ଦୁଇ ହୋମଗାର୍ଡଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରିଛନ୍ତି। ପୁଲିସ ଉପସ୍ଥିତିରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ପଥର ମାଡ଼ କରିବା ପରେ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଛନ୍ତି। ଲୋକେ ପିସିଆର୍କୁ ଫୋନ୍ କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତାହା ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ।
ଯାତ୍ରୀବାହୀ ବସ୍କୁ ପଥର ମାଡ଼
/sambad/media/post_attachments/wp-content/uploads/2021/04/bus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)