ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍ କାନକୁଟ୍ରୁ ପଞ୍ଚାୟତ ଦିଆଲବାହାଲି ଗାଁରେ ସଏଲ୍ କଞ୍ଜରଭେସନ୍ ପକ୍ଷରୁ ଚାଷୀଙ୍କ ପାଇଁ ବାରଗୁଡ଼ା ଡ୍ୟାମ୍ରୁ ଏକ କେନାଲ୍ ନିର୍ମାଣ ହୋଇଥିଲା। ଗତ ଲଘୁଚାପଜନିତ ବର୍ଷାରେ ପାହାଡ଼ ଉପରୁ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସିବାରୁ କେନାଲ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚାଷ କାର୍ଯ୍ୟରେ ସମସ୍ୟା ହେବବୋଲି ଆଶଙ୍କା କରି ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛନ୍ତି।
/sambad/media/post_attachments/wp-content/uploads/2021/09/04038bbd-e9ad-497b-ab88-bcbfc25400df.jpg)
କେନାଲ୍ ଯୋଗୁଁ ବାରଗୁଡା, ଦିଆଲବାହାଲି, ରଣରଣା, ସଲପାଙ୍ଗ, ଆଡ଼େସୁର, ତେନ୍ତୁଳିପଙ୍ଗା, ଆବାସନଗର ଆଦି ଗାଁର ଚାଷୀମାନେ ଉପକୃତ ହେଉଥିଲେ। ୨୦୦ରୁ ଊର୍ଦ୍ଧ୍ବ ଏକର ଜମିକୁ ପାଣି ମାଡୁଥିଲା। ଏନେଇ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/6422aea2-fc1e-4f67-b557-53da00a805cf.jpg)