କଟକ: ‘ଷ୍ଟୋନମ୍ୟାନ’ ନାରାୟଣ ସାହୁ ମାନସିକ ସ୍ତରରେ ସୁସ୍ଥ। ସେ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇଛି। ପୂର୍ବ ଶତ୍ରୁତାରୁ ଦିନ ମଜୁରିଆ ପଣ୍ତା ଏବ˚ ଜରିଗୋଟାଳୀ ବୃଦ୍ଧଙ୍କୁ ହତ୍ୟା କରିଛି। କିନ୍ତୁ ରାଣୀହାଟ ହତ୍ୟାକାଣ୍ଡରେ ତା’ର ସଂପୃକ୍ତିକୁ ଫାଙ୍କୁଚି ବୋଲି କହିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀ। ବିଭିନ୍ନ ଅପରାଧରେ ତା’ର ସଂପୃକ୍ତି ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ନାରାୟଣକୁ ଜେରା କରାଯାଉଛି। ପୁଲିସ କହିବା ଅନୁଯାୟୀ ନାରାୟଣ ବଡ଼ ମେଡିକାଲ୍‌ର ମାନସିକ ରୋଗ ବିଭାଗରେ ଚିକିତ୍ସିତ ହେଉ ନଥିଲା। ଗଲା ୩ ବର୍ଷ ଭିତରେ ମେଡିକାଲରୁ ଫେରାର ୫୨ ରୋଗୀଙ୍କ ଭିତରେ ବି ନାରାୟଣର ନାମ ନାହିଁ। ନାରାୟଣ ଅନ୍ୟ ଦୁଇ ମୃତକଙ୍କ ସହିତ ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟ ଜୁଆ ଆଡ୍ଡା ପାଖରେ ରହୁଥିଲା। ଗଲା କିଛି ଦିନି ତଳେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ହାତାହାତି ହୋଇଥିଲା। ଓଏମ୍‌ପି ଛକର ୪ ଜଣ ବ୍ୟବସାୟୀ ଏହି ଘଟଣାର ସାକ୍ଷୀ ଥିବା କୁହାଯାଉଛି। ସେହି ବିବାଦକୁ କେନ୍ଦ୍ର କରି ନାରାୟଣ ପ୍ରତିଶୋଧ ପରାୟଣ ହୋଇ ଦୁଇ ଜଣଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛି। କିନ୍ତୁ ରାଣୀହଟ ହତ୍ୟାକାଣ୍ତ ସମ୍ପର୍କରେ ମୁହଁ ଖୋଲୁ ନାହିଁ ନାରାୟଣ। ଯଦିଓ ନାରାୟଣକୁ ପୁଲିସ ଗିରଫ ଦର୍ଶାଇ ନାହିଁ, ତଥାପି କେଉଁ କାରଣ ପାଇଁ ରାଣୀହାଟ ହତ୍ୟାକାଣ୍ତ ଭିଆଇଥିଲା, ତାହାକୁ ନେଇ ପୁଲିସ ଅଧିକ ଖୋଳତାଡ଼ ଚଳାଇଛି।

Advertisment

publive-image

ପୁଲିସ ତଦନ୍ତରୁ ଏଯାଏ ମିଳିଥିବା ତଥ୍ୟ ଅନୁଯାୟୀ ଋଣ ଭାରରେ ବୁଡ଼ିଥିବା ନାରାୟଣର ବିରକ୍ତି ଭାବ ଓ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କକୁ ନେଇ ପରିବାରରେ ଅସନ୍ତୋଷ ବଢିଥିଲା। ପରି‌ବାର ଲୋକ ଏଥିପାଇଁ ତାନ୍ତ୍ରିକର ସହଯୋଗ ନେଇଥିଲେ। ଫଳରେ ନାରାୟଣର ସ୍ତ୍ରୀ ଦୁଇ ପିଲାଙ୍କୁ ଧରି ବାପ ଘର ମହିପୁର ପଳାଇଥିଲେ। ନାରାୟଣ ଗଲା ୭ ମାସ ହେବ ଘରୁ ବାହାରି ଆସି ବ୍ରହ୍ମପୁର ଏବ˚ ଭୁବନେଶ୍ବରରେ ଥିବା ସମ୍ପର୍କୀୟଙ୍କ ଘରେ ରହୁଥିଲା। ଫନି ପରେ କଟକ ଆସି ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟରେ ଜରି ଟାଙ୍ଗୀ ରହୁଥିଲା। ଏବେ ପୁଲିସ ସେଠାରେ ଚଢ଼ଉ କରି ପ୍ରାୟ ୧୫ଟି ଲେଡିଜ୍‌ ବ୍ୟାଗ ଜବତ କରିଛି। ସେଥିରେ ମହିଳାଙ୍କ ପୋଷାକ ଏବ˚ ଅନ୍ୟ କାଜଗତପତ୍ର ରହିଛି। ନାରାୟଣ କଟକରେ ରହି ଚୋରି ଛିନତାଇ କରୁଥିବା ସୂଚନା ମିଳୁଛି। ନାରାୟଣ ପାଖରେ ଦିନ ମଜୁରିଆ ପଣ୍ତା ଏବ˚ ଓଏମ୍‌ପି ଓଭରବ୍ରିଜ ତଳେ ମରିଥିବା ଜରିଗୋଟାଳୀ ବୃଦ୍ଧ ରହୁଥିଲେ। ନାରାୟଣ ନିକଟରେ ଥିବା ନିର୍ଦ୍ଦିଷ୍ଟ ଏକ ହୋଟେଲ୍‌କୁ ବିଭିନ୍ନ ସମୟରେ ଖାଇବାକୁ ଯାଉଥିଲା। ନିଜକୁ ବେଲଗୁଣ୍ଠାର ନାରାୟଣ ବୋଲି ପରିଚୟ ଦେଇଥିଲା। ସବୁ ବେଳେ ଟାୱେଲ୍‌ ପିନ୍ଧିବା ଓ ଚାଲିବା ଶୈଳୀ ପାଇଁ ତାକୁ ଆଖପାଖର ବ୍ୟବସାୟୀ ଜାଣିଥିଲେ। ସେଠି ରହିବା ଭିତରେ ଉପରୋକ୍ତ ଦୁଇ ଜଣଙ୍କ ସହିତ କୌଣସି କାରଣରୁ ତା’ର ବିବାଦ ହୋଇଥିଲା। ସେହି ଘଟଣାକୁ କେନ୍ଦ୍ର କରି ୨୪ ତାରିଖ ଭୋର ସମୟରେ ସେ ଉଭୟଙ୍କୁ ହତ୍ୟା କରିଥିଲା। ପୁଲିସ ଆଜି ତାକୁ ଜେରା ବେଳେ ନାରାୟଣ ଏ ସବୁ ସ୍ବୀକାର କରିଥିଲା। ଅନ୍ୟପଟେ ବଡ଼ ମେଡିକାଲ୍‌ର ମାନସିକ ରୋଗ ବିଭାଗରୁ ନାରାୟଣ ଫେରାର ହୋଇଥିବା ସଂପର୍କରେ ଯାହା କୁହାଯାଉଥିଲା, ତାହାର କୌଣସି ସତ୍ୟତା ନଥିବା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।