କୋରାପୁଟ: ବିଶାଖାପାଟଣା-କୋରାପୁଟ ଡିଏମୟୁ ଟ୍ରେନ ଆଜି ଅଳ୍ପକେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତି ଯାଇଛି। ଏହି ଟ୍ରେନଟି କୋରାପୁଟ ଆସୁଥିବା ସମୟରେ ଡୁମୁରୀପୁଟ ଷ୍ଟେସନ ନିକଟରେ ଗୋଟିଏ ବଡ଼ ପଥର ଟ୍ରାକ ଉପରେ ପଡ଼ି ଯାଇଥିଲା। ପଥର ଟ୍ରେନରେ ମାଡ ହେବା ଫଳରେ ଟ୍ରେନ କିଛି ସମୟ ଅଟକି ରହିଥିଲା। ପଥର ହଟାଯିବା ପରେ ଟ୍ରେନଟି ପୁଣି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।
ଆଜି ସକାଳୁ କୋରାପୁଟରେ ପ୍ରବଳ ବର୍ଷା ଲାଗି ରହିଥିଲା। ଅପରାହ୍ନରେ ଡିଏମୟୁ ଟ୍ରେନ ରାୟଗଡା ଷ୍ଟେସନ ଛାଡିବା ପରେ କୋରାପୁଟକୁ ଆସୁଥିବା ସମୟରେ ଦାମନଯୋଡି ଓ ଡୁମୁରୀପୁଟ ଷ୍ଟେସନ ଭିତରେ ଏକ ସ୍ଥାନରେ ଗୋଟିଏ ବଡ ପଥର ପାହାଡରୁ ଧସି ରେଳ ଧାରଣା ଉପରେ ପଡିଥିଲା। ପଥରଟି ଆସି ସିଧାସଳଖ ଟ୍ରେନରେ ମାଡ ହୋଇଥିଲା ବେଳେ ଟ୍ରେନଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଅପରପକ୍ଷରେ ପଥର ପଡିବା ପରେ ଟ୍ରେନଟି କିଛି ସମୟ ଅଟକି ରହିଥିଲା। ପଥରଟି ହଟାଯିବା ପରେ ଟ୍ରେନ ପୁଣି ଗନ୍ତବ୍ୟ ପଥରେ ଯାତ୍ରା କରିଥିଲା।