ସୋର: ବାଗୁଡି ପଥର ଖଦାନରୁ ପଥର ଚୋରି କମିବାର ନା ଧରୁନି। ଗତ କିଛିଦିନ ତଳେ ପଥର ଚୋରି ରୋକିବା ପାଇଁ ପୁଲିସ ପକ୍ଷରୁ ଏହି ଖାଦାନର ମୁଖ୍ୟ ରାସ୍ତାରେ କ୍ୟାମ୍ପ୍ ବସାଯାଇଥିଲା। ମାତ୍ର ପଥର ମାଫିଆମାନେ ପୁଲିସ କର୍ମଚାରୀଙ୍କୁ ହାତଗୁଞ୍ଜ ଦେଇ ଦିନରାତି ଅହରହ ପଥର ଚୋରି କରୁଥିବା ଅଭିଯୋଗ ହେଉଛି।
ସିଙ୍ଗାଖୁଣ୍ଟା ଗ୍ରାମାଞ୍ଚଳ ମଧ୍ୟ ଦେଇ ଏହି ପଥର ଗାଡ଼ିଗୁଡ଼ିକ ଅହରହ ଚାଲୁଥିବା ବେଳେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡିଲେଣି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳୁ ନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୋମବାର ବିଳମ୍ବିତ ରାତିରେ ପଥର ବୋଝେଇ କରି ଯାଉଥିବା ବେଳେ ଗ୍ରାମବାସୀମାନେ ଚାରୋଟି ପଥର ବୋଝେଇ ଗାଡ଼ିକୁ ଅଟକ ରଖିଥିଲେ। ପରେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଗୁଡିକୁ ଜବତ କରି ଥାନାରେ ରଖିବା ସହିତ ତଦନ୍ତ ଆରମ୍ଭ କରିଛି।
ପୁଲିସର କ୍ୟାମ୍ପ୍ ସତ୍ତ୍ବେ ମାଫିଆମାନେ କିଛି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ହାତକରି ଏହି ପଥର ଚାଲାଣ କରୁଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ଏଠାରେ ଆଉ ଏକ କ୍ୟାମ୍ପ୍ ବସାଇବା ସହ ବ୍ୟବସ୍ଥା କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/01/stone-smuggling-continues-even-though-police-camp-villagers-stop-4-vehicles-2025-07-01-09-18-38.jpg)