ଜୋର୍‌ ଧରିଲା କୋଣାର୍କକୁ ଅବହେଳା ପ୍ରସଙ୍ଗ : ସ୍ବର ଉଠାଇଲେ ନେତା

ବିରୋଧୀ ଦଳ ନେତା କହିଲେ ବିଧାନସଭାରେ ଉଠିବ, ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ପୁଣି ପଛଘୁଞ୍ଚା ଦେଲା ବିଜେପି

ଭୁବନେଶ୍ବର : ବିଶ୍ବପ୍ରସିଦ୍ଧ କୋଣାର୍କର କୀର୍ତିରାଜିକୁ କାଢି ନିଆଯାଇ ତା ସ୍ଥାନରେ ସମତଳ ପଥର ଲଗାଯିବା ଘଟଣା ସମଗ୍ର ରାଜ୍ୟରେ ଉଦବେଗର କାରଣ ହେଲାଣି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)ର ଅବହେଳାକୁ େନଇ ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗତକାଲି କୋଣାର୍କ ବୁଲି ଫେରିବା ପରେ ଆଜି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଅସନ୍ତୋଷ ଝାଡିଛନ୍ତି। କେବଳ ସେତିକି ନୁେହଁ, ବିେରାଧୀ ଦଳ ନେତା ନରସିଂହ ମିଶ୍ର ଏଏସ୍ଆଇ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହିତ ଏଭଳି ଗୁରୁତ୍ବ ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ମହାନଦୀ ଭଳି ଓଡ଼ିଶାର ସ୍ବାର୍ଥ ସଂପର୍କିତ ଏହି ପ୍ରସଙ୍ଗରେ ମଧ୍ୟ ଅନ୍ୟ ପ୍ରମୁଖ ରାଜନୈତିକ ଦଳ ବିେଜପି ଏଯାଏ ଚୁପ୍ ରହିଛି। ଯେହେତୁ କେନ୍ଦ୍ରୀୟ ସଂସ୍ଥା ଏଏସ୍ଆଇର ମନମାନି କାରଣରୁ ବିଶ୍ବ ଐତିହ୍ୟ ଧୂଳିସାତ୍ େହଉଛି, ଏଣୁ ଦଳର ନେତମାେନ ପୁଣି ଥରେ ଓଡ଼ିଶାର ସ୍ବାର୍ଥ ଅପେକ୍ଷା କେନ୍ଦ୍ରୀୟ ସଂସ୍ଥାକୁ ସୁରକ୍ଷା େଦବା ଲାଗି ଚୁପ୍ ରହିଥିବା ଚର୍ଚ୍ଚା ଆରମ୍ଭ େହାଇଗଲାଣି। ପ୍ରତିଦିନ ଗଣମାଧ୍ୟମକୁ ଦଳର ଏକାଧିକ େନତା ବାରମ୍ବାର େଭଟୁଛନ୍ତି। େହଲେ ଓଡ଼ିଶାର ଗର୍ବ ଓ ଗୌରବ େକାଣାର୍କ ପ୍ରତି ଏଏସ୍ଆଇ େଯଭଳି ସାଂଘାତିକ ଅବହେଳା କରୁଛି, େସ ପ୍ରସଙ୍ଗରେ ପଦୁଟିଏ ବି ମୁହଁ େଖାଲିନାହାନ୍ତି।

ପ୍ରକାଶଥାଉକି, େକାଣାର୍କକୁ ଗୁରୁତ୍ବ େଦଇ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ େସଠାେର ବାଖ୍ୟାନ େକନ୍ଦ୍ର େଖାଲିଛନ୍ତି। ଭାରତୀୟ ତୈଳ ନିଗମ ସହାୟତାେର େସଠାରେ ଅନେକ ଉନ୍ନତୀକରଣ ପଦକ୍ଷେପ ନିଆଯାଇଥିଲା।

େସହିପରି ୨୦୧୮ ନୂଆବର୍ଷ ଅବସରରେ େକନ୍ଦ୍ରମନ୍ତ୍ରୀଙ୍କ େନତୃତ୍ବରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। େଯଉଁ ଐତିହ୍ୟକୁ େକନ୍ଦ୍ରମନ୍ତ୍ରୀ ଗୁରୁତ୍ବ େଦଉଛନ୍ତି, େସହି ପ୍ରକଳ୍ପ ପ୍ରତି ବିପଦ େଦଖା େଦବା େବଳେ େକହି ମୁହଁ ନ ଖୋଲିବା ରାଜନୈତିକ ପର୍ଯ୍ୟେବକ୍ଷକ ମହଲକୁ ବିସ୍ମିତ କରିଛି।
ସେପଟେ ଆଜି ନିମାପଡା ବିଧାୟକ ସମୀର ଦାସ ଓ କାକଟପୁର ବିଧାୟକ ସୁରେନ୍ଦ୍ର କୁମାର ସେଠୀ େକାଣାର୍କ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହି ପ୍ରସଙ୍ଗ ବିଧାନସଭାକୁ ଆଣିେବ େବାଲି କହିଛନ୍ତି।

େକାଣାର୍କ ମନ୍ଦିର ପ୍ରତି ଏଏସ୍ଆଇର ଅବହେଳା ଏବେ ଚରମ ସୋପାନରେ ପହଞ୍ଚିଛି। ଏମିତି େଯ ଅଧିକାଂଶ ମୂର୍ତି କୁଆଡେ ଗାଏବ େହାଇଯାଇଥିବା େବଳେ ଆଇନର ଦ୍ବାହି େଦଇ କାରୁକାର୍ଯ୍ୟ ସ୍ଥାନରେ ମନ୍ଦିରରେ କର୍ତୃପକ୍ଷ ସମତଳ ପଥର ଲଗାଇବାରେ ଲାଗିଛନ୍ତି। ଆଜି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, କୋଣାର୍କ ମନ୍ଦିର ଆଦୌ ସୁରକ୍ଷିତ ନୁହେଁ । ଏତେ ବର୍ଷ ଧରି ଏଏସଆଇ ଦାୟିତ୍ୱ ନେଇଥିଲେ ମଧ୍ୟ ମନ୍ଦିର ଭୁଶୁଡିବାକୁ ବସିଛି। କୋଣାର୍କ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ହଟାଯାଇ ସାଧା ପଥର ଲଗାଯାଇଥିଲା। ଏହି କାରୁକାର୍ଯ୍ୟପୂର୍ଣ୍ଣ ପଥର କେଉଁଠି ରଖିଛନ୍ତି, କି ବିକ୍ରି କରିଦେଇଛନ୍ତି ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିଜୟ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଚିଠି ଲେଖୁଥିବା ବେଳେ ଅନ୍ୟପଟେ ସଂସ୍କୃତି ମନ୍ତ୍ରୀ ସମୀକ୍ଷା କରି ଏଏସଆଇକୁ କ୍ଲିନଚିଟ୍ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ଏଏସଆଇ ଡ଼ିଜି ତୁରନ୍ତ ଘଟଣାସ୍ଥଳ ପରଦର୍ଶନ କରି ଏକ ମାସ ମଧ୍ୟରେ ଉଚିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଅନ୍ୟଥା ପରିସ୍ଥିତି ଯାହା େହବ, ତା ପାଇଁ ଏଏସ୍ଆଇ ଦାୟୀ ରହିବ।

ସେହିପରି ବିଜେଡି ବିଧାୟକ ସଂଜୟ ଦାସବର୍ମା କହିଛନ୍ତି, େକାଣାର୍କ ପ୍ରତି ଏଏସ୍ଆଇ େଯଭଳି ଅବିଚାର କରିଚାଲିଛି, େସ େନଇ େକନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଚିଠି େଲଖିଛନ୍ତି। ସରକାର ଏହି ପ୍ରସଙ୍ଗଟିକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରୁଛନ୍ତି। ଆଶା କରୁଛୁ, େକନ୍ଦ୍ର ସରକାର ତୁରନ୍ତ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ େନବେ।

ବିେରାଧୀ ଦଳ େନତା ନରସିଂହ ମିଶ୍ର କୋଣାର୍କରେ ସମତଳ ପଥର ଲଗାଯିବା ଘଟଣାରେ ଏଏସଆଇ ଓ େକନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। କହିଛନ୍ତି, ଯଦି ଅନ୍ୟ େକ୍ଷତ୍ରରେ ମୂଳ କୀର୍ତିକୁ ସଂରକ୍ଷଣ ଲାଗି ଏଏସ୍ଆଇ ପଦକ୍ଷେପ େନଉଛନ୍ତି, ତେବେ ଓଡ଼ିଶା ଓ ବିଶ୍ବ ଐତିହ୍ୟ କୀର୍ତିରାଜି େକାଣାର୍କ ପ୍ରତି ଅବିଚାର କାହିଁକି। ଏହା ଏହା ଏକ ସଙ୍ଗିନ୍ ପ୍ରସଙ୍ଗ। ଏହି ପ୍ରସଙ୍ଗ ବିଧାନସଭାରେ ଉଠାଯିବ।

ସମ୍ବନ୍ଧିତ ଖବର