ଯଶିପୁର: ପତ୍ନୀ ବୋଲି ଦର୍ଶାଇ ଜଣେ ଯୁବତୀ ସ୍ବାମୀଙ୍କ ବାହାଘର ବନ୍ଦ କରିବାକୁ ଦାବି କରିବା ସହ ଥାନା ଆଗରେ ଧାରଣା ଦେଇଛନ୍ତି। ଛତିଶଗଡ଼ର ଯୁବତୀ ପୁନମ ସୋନା ଏବଂ ଯଶିପୁର ଥାନା ଅନ୍ତର୍ଗତ ଗୋଇଲି ଗ୍ରାମର ପ୍ରିୟରଞ୍ଜନ ବେହେରାଙ୍କ ମଧ୍ୟ ୨୦୧୮ ମସିହାରୁ କୁଆଡ଼େ ପ୍ରେମ ସଂପର୍କ ଥିଲା। ଦୁହେଁ ସ୍ବାମୀସ୍ତ୍ରୀ ଭାବେ ରହୁଥିଲେ।
ପରେ ପ୍ରିୟରଞ୍ଜନ ଘରକୁ ଆସି ପୁନମଙ୍କ ସହ ସମ୍ପର୍କ ରଖି ନ ଥିଲେ। ଏନେଇ ପୁନମ ଥାନାରେ ଅଭିଯୋଗ କରିଥିଲେ। ପ୍ରିୟରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପରେ ସେ ଜାମିନରେ ଆସିଥିଲେ। ଏପରି ସମରେ ଆସନ୍ତାକାଲି ସେ ବିବାହ କରୁଥିବା ଖବର ପାଇ ପୁନମ ଯଶିପୁରରେ ପହଞ୍ଚିଛନ୍ତି ଏବଂ ତାଙ୍କ ନାମରେ ଏତଲା ଦେବା ସହ ନ୍ୟାୟ ଦାବି କରି ଥାନା ସମ୍ମୁଖରେ ବସି ରହିଛନ୍ତି। ଏନେଇ ଯଶିପୁର ଥାନାରେ ୧୦୮/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/20-4.jpg)