ପାଟଣାଗଡ଼: ପାଟଣାଗଡ଼ ଅଞ୍ଚଳରେ ବୁଧବାର ସଂଧ୍ୟାରେ କିଛି ସମୟ ପାଇଁ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା। ପବନ ଜୋର୍ରେ ବହିବାରୁ ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ସାଲେପାଲି ଓ ଗୋହିରାମୁଣ୍ଡା ମଧ୍ୟରେ ଏକ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା। ଫଳରେ ଏହି ରାସ୍ତାରେ ଯାତାୟାତ କିଛି ସମୟ ଠପ୍ ହୋଇଥିଲା।
ରାସ୍ତାର ଉଭୟ ପାର୍ଶ୍ୱରେ ଦୁଇଚକିଆ ଓ ଚାରିଚକିଆ ଯାନମାନ ଅଟକି ରହିଥିଲା। ପାଖରେ ଥିବା ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/୨୧.jpg)