ରାଇକଳାରେ କାଳବୈଶାଖୀ

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମରେ କାଳବୈଶାଖୀ ଆଜି ତାଣ୍ଡବ କରିଛି । ମଧ୍ୟାହ୍ଣ ୧୨ଟା ପାଖପାଖିରେ ଆକାଶରେ କଳାହାଣ୍ଡିଆ ମେଘ ଉଠାଇବା ସହିତ ପ୍ରବଳ ବେଗରେ ପବନ ବହିଥିଲା । ଫଳରେ ବଡ଼ବଡ଼ ଭାଙ୍ଗିବା ସହିତ ବିଦ୍ୟୁତ ଖୁଣ୍ଟ ସହିତ ଲୋକଙ୍କ ଘର, ବିଦ୍ୟାଳୟ ଛପର ଉଡି ଯାଇଛି। ଗ୍ରାମର ଭୀମସେନ ପାତ୍ର, ରତ୍ନାକର ପାତ୍ର, ଅନିରୁଦ୍ଧ ପାତ୍ର, ମଞ୍ଜୁଲତା ନାଏକ, ଯୁଗଳ କିଶୋର ପାତ୍ର, ଜିରୁମ ମୁଣ୍ତା, ନିରଞ୍ଜନ ପାତ୍ର, ଦିବାକର ପାତ୍ର, ସଞ୍ଜୀବ ପାତ୍ର, ଅଭିମନ୍ୟୁ ପାତ୍ରଙ୍କ ଘର ଝଡ଼ ତଫାନରେ ଭାଙ୍ଗି ଯାଇଛି ।

କେତେକ ଲୋକଙ୍କ ଘର ଉପରେ ଗଛ ଭାଙ୍ଗି ପଡିଥିବାରୁ କାନ୍ଥ ଭାଙ୍ଗିବା ସହିତ ଛପର ମଧ୍ୟ ଭାଙ୍ଗି ଯାଇଛି । କାନ୍ଥ ପଡ଼ି ଘରେ ଥିବା ଆସବାବ ଜିନିଷପତ୍ର ନଷ୍ଟ ହୋଇଯାଇଛି । ଫଳରେ ସେମାନେ ବେଘର ହେବା ସହିତ ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଝଡତୋଫାନରେ କ୍ଷିତଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର