ଝଡ଼ତୋଫାନରେ ବ୍ୟାପକ କ୍ଷୟକ୍ଷତି

କୋରେଇ: କୋରେଇ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ ଝଡ଼ତୋଫାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନରେ ପାଣିକୋଇଲି ଥାନା ଔପଦା ଗ୍ରାମରେ ଥିବା ଚକ୍ରଧର ଘଡ଼ାଇଙ୍କ ପାଉଁଶ ଇଟା ଫ୍ୟାକ୍ଟ୍ରିର ଆଜବେଷ୍ଟସ୍‌ ଛପର ସମ୍ପୂର୍ଣ୍ଣ ଭାବେ ଉଡ଼ି ଯାଇଛି। ସେ ଚଳିତ ମାସରେ ବ୍ୟାଙ୍କ୍‌ ଋଣ କରି ଇଟାଭାଟି କାମ ଆରମ୍ଭ କରିଥିଲେ। ଆଜିର ଏହି କ୍ଷୟକ୍ଷତି ପରେ ସେ ଚିନ୍ତାରେ ପଡ଼ିଛନ୍ତି। ଇଟାଭାଟି ଛପର ସହିତ ନିକଟରେ ଥିବା ଏକ ରୋଷେଇ ଘରର ମଧ୍ୟ ଛାତ ଉଡ଼ିଯାଇଛି। ସେହିପରି ପଛିକୋଟ ସ୍କୁଲର ପାଚେରି ଭୁଶୁଡ଼ି ପଡ଼ିଛି।

ଧନେଶ୍ବର-ବଡ଼ବିରୁହାଁ ରାସ୍ତାରେ ବହୁ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି। ସାଦକପୁର ଓ ବରୁଣ୍ତାଇର ବହୁ ସ୍ଥାନରେ ଚାଳଛପର ଘର କ୍ଷତିଗ୍ରସ୍ତ ହୋଇଛି। ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମର ବହୁ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ବହୁ ଗଛ ଉପୁଡ଼ି ପଡ଼ିଛି। ଏନେଇ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି ସମସ୍ତ ରାଜସ୍ବ ନିରୀକ୍ଷକଙ୍କୁ ଆସନ୍ତାକାଲି ସୁଦ୍ଧା ତଦନ୍ତ କରି କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ସମସ୍ତ ରାଜସ୍ବ ସର୍କଲରୁ ରିପୋର୍ଟ ଆସିବା ପରେ କ୍ଷତିପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଶ୍ରୀ ମାଝି କହିଛନ୍ତି।

ସମ୍ବନ୍ଧିତ ଖବର