ପଡ଼ିଆବାହାଲ: ଗତକାଲି ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଉଇଂ କମାଣ୍ଡର ଗୋପାଳକୃଷ୍ଣ ପଣ୍ଡା ନିଜ ପଦବିରୁ ଅବସର ନେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବ୍ୟକ୍ତିଗତ ପାଇଲଟ୍ ଭାବେ କାମ କରୁଥିଲେ। ୫୬ ବର୍ଷ ବୟସ୍କ ଗୋପାଳକୃଷ୍ଣ ସାଥୀ ପାଇଲଟ୍ ଏପି ଶ୍ରୀବାସ୍ତବଙ୍କ ସହିତ ସ୍ବାମୀ ବିବେକାନନ୍ଦ ଏୟାରପୋର୍ଟଠାରେ ରୁଟିନ ଅଭ୍ୟାସ କରୁଥିବା ବେଳେ ଅଗଷ୍ଟା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିବା ବେଳେ ରନ୍ୱେରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା।
/sambad/media/post_attachments/wp-content/uploads/2022/05/8beb3312-a450-4164-9e57-ce1f531603c5-263x300.jpg)
ଏପି ଶ୍ରୀବାସ୍ତବଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଗୋପାଳକୃଷ୍ଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଗୋପାଳଙ୍କର ସ୍ତ୍ରୀ ସହିତ ଝିଅ ଓ ପୁଅ ଅଛନ୍ତି। ସେମାନେ ସପରିବାର ରାୟପୁରରେ ରହୁଛନ୍ତି। ସେମାନେ ସ୍କୁଲରେ ପଢ଼ୁଛନ୍ତି। ଖବର ପାଇ ତାଙ୍କ ସାନଭାଇ ସମ୍ବଲରପୁରର ହୀରାକୁଦ କଲୋନିରେ ରହୁଥିବା ଡାକ୍ତର ବିମଳ କୁମାର ପଣ୍ଡା ରାୟପୁର ଯାଇଛନ୍ତି।
ସୂଚନାଯୋଗ୍ୟ, ଗୋପାଳଙ୍କ କାକା ଆଦିଶଙ୍କର ପଣ୍ଡା ମଧ୍ୟ ଉଇଂ କମାଣ୍ଡର ଥିଲେ। ଅବସର ପରେ କାକାଙ୍କର ଗତ ୨୦୨୧ ମସିହା ଏପ୍ରିଲ୍ ୨୬ ତାରିଖରେ ଦେହାନ୍ତ ହୋଇଯାଇଛି। ଗୋପାଳଙ୍କ ବାପା ଦୁର୍ଗାଶଙ୍କର ପଣ୍ଡା ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ସଦର ଥାନା ଅନ୍ତର୍ଗତ ବାହାମ ଗ୍ରାମର ହୋଇଥିବା ବେଳେ ସଂପ୍ରତି ସେ ସମ୍ବଲପୁର ହୀରାକୁଦ କଲୋନିଠାରେ ସାନ ପୁଅ ପାଖରେ ରହୁଛନ୍ତି। ଗୋପାଳକୃଷ୍ଣଙ୍କ କାକାଙ୍କ ପୁଅର ବ୍ରତଘର ସମ୍ବଲପୁରରେ ହେଉଥିବାର ସୂଚନା ମିଳିଛି। ଏହି ଘଟଣା ପରେ ବାହାମ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ତେେବେ ତାଙ୍କର ଅନ୍ତିମ ସଂସ୍କାର କେଉଁଠି ହେବ ବର୍ତ୍ତମାନ ସୁଦ୍ଧା ସଠିକ ଜଣାପଡ଼ି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/23a9c87d-a689-4934-a2fb-db9aeeaf93ec.jpg)