ବୟସ ସୀମା: ୩୦ ବର୍ଷ
ପୁରସ୍କାର ରାଶି: ୫ ହଜାର ଟଙ୍କା
ଶ୍ରେଷ୍ଠ ୧୦ ଜଣଙ୍କୁ ପୁରସ୍କୃତ କରାଯିବ
ଭୁବନେଶ୍ବର : ସମ୍ବାଦ ଗ୍ରୁପ୍ର ଲୋକପ୍ରିୟ ଗଳ୍ପ ପତ୍ରିକା ‘କଥା’ ପକ୍ଷରୁ ଆୟୋଜିତ ‘ନବପ୍ରତିଭା ପ୍ରତିଯୋଗିତା ୨୦୨୧’ ପାଇଁ ଗଳ୍ପ ଆହ୍ବାନ କରାଯାଉଛି। ୩୦ ବର୍ଷରୁ କମ୍ ବୟସର ଲେଖକ ଲେଖିକାମାନେ ଏହି ପ୍ରତିଯୋଗିତା ପାଇଁ ବୟସ ପ୍ରମାଣପତ୍ର ଏବଂ ଫଟୋ ସହିତ ସ୍ବରଚିତ ଗଳ୍ପ ପଠାଇପାରିବେ। ଗଳ୍ପ ପଠାଇବାର ଠିକଣା ହେଉଛି, କଥା ନବପ୍ରତିଭା ପ୍ରତିଯୋଗିତା, ସମ୍ବାଦ ଭବନ, ବି/୨୭, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ବର- ୭୫୧୦୧୦। ପ୍ରତିଯୋଗୀମାନେ ଇମେଲ୍ ଠିକଣା [email protected] ଯୋଗେ ମଧ୍ୟ ଗଳ୍ପ ପଠାଇପାରିବେ। ଗଳ୍ପ ପହଞ୍ଚିବାର ଶେଷ ତାରିଖ ହେଉଛି ଆସନ୍ତା ଜୁଲାଇ ୩୧।
ପ୍ରତିଯୋଗିତା ପାଇଁ ପଠାଉଥିବା ଗଳ୍ପଗୁଡ଼ିକ ଲେଖକ ଲେଖିକାମାନଙ୍କର ସ˚ପୂର୍ଣ୍ଣ ମୌଳିକ ଗଳ୍ପ ହୋଇଥିବା ଆବଶ୍ୟକ। ଅନୁବାଦ ବା ଅନ୍ୟ ଗଳ୍ପ ଛାୟାରେ ଲିଖିତ କୌଣସି ଗଳ୍ପ ମନୋନୟନ ପାଇଁ ଗ୍ରହଣ କରାଯିବ ନାହିଁ। ପୂର୍ବ ବର୍ଷମାନଙ୍କେର ସଫଳ ହେଇଥିବା ପ୍ରତିଯୋଗୀ ଏଥର ଆଉ ଭାଗ ନେଇପାରିବେ ନାହିଁ। ଏହି ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ଦଶ ଜଣଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ଏବଂ ପୁରସ୍କୃତ ଗଳ୍ପଗୁଡ଼ିକ ଅକ୍ଟୋବର ମାସର ‘କଥା’ରେ ପ୍ରକାଶ ପାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/KATHA-LOGO.jpg)