ଛାତ୍ରୀଙ୍କ ପାଇଁ କ୍ଷୁଦ୍ର ଗଳ୍ପ ପ୍ରତିଯୋଗିତା

ଭୁବନେଶ୍ୱର : ଆମେରିକାରେ ଅବସ୍ଥାପିତ ବୈଜ୍ଞାନିକ ଭକ୍ତ ଭୂଷଣ ରଥଙ୍କ ପକ୍ଷରୁ ଇଂରାଜୀରେ ସୃଜନଶୀଳ ଲେଖା ପାଇଁ ସ୍କୁଲ ଓ କଲେଜ ସ୍ତରରେ ଏକ ପ୍ରତିଯୋଗିତା ହେବାକୁ ଯାଉଛି। କେବଳ ଛାତ୍ରୀମାନେ ଏଥିପାଇଁ କ୍ଷୁଦ୍ର ଗଳ୍ପ ଲେଖି ପଠାଇ ପାରିବେ। ସର୍ବୋତ୍କଷ୍ଟ ବିବେଚିତ ଗଳ୍ପକୁ ସୁଷମା ରଥ ଆଓ୍ଵାର୍ଡ ପ୍ରଦାନ କରାଯିବ। ୧୦ ହଜାର ଟଙ୍କା ସହିତ ପ୍ରମାଣପତ୍ର ଦିଆଯିବ। କଟକର ଶୈଳବାଳା ମହିଳା ମହାବିଦ୍ୟାଳୟର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇଂରାଜୀରେ ଏହି ଗଳ୍ପଟି ୪୦୦୦ ଶବ୍ଦରେ ସୀମିତ ରହିବା ଉଚିତ। ଏଥିରେ ଛାତ୍ରୀମାନଙ୍କୁ ସେମାନଙ୍କ ନାମ, ଠିକଣା ଓ କଲେଜ ଆଦିର ନାମ ଲେଖି ପଠାଇବାକୁ ହେବ। ଚଳିତମାସ ୩୦ ତାରିଖ ସୁଦ୍ଧା ଏହି ଲେଖାଗୁଡ଼ିକ [email protected] ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର