ଭୁବନେଶ୍ବର: ବର୍ତ୍ତମ‌ାନ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ପୁରୀର ଅବକାରୀ ଇନସପେକ୍ଟର ସଞ୍ଜୟ ପଣ୍ଡା। ସେ ଗତକାଲି ପୁରୀ ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ବଟି ସଂଗ୍ରହ କରୁଥିବା ନେଇ ଅବକାରୀ କମିସନରଙ୍କକୁ ଲେଖି ଜଣାଇଥିବା ଆଜି  ସଂଜୟ ପଣ୍ଡା ଛୁଟି ଆବେଦନ କରିଛନ୍ତି। ମାନସିକ ଓ ଶାରୀରିକ ଅସୁସ୍ଥତା ଦର୍ଶାଇ ୧୫ ଦିନ ପାଇଁ ଛୁଟି ମାଗିଛନ୍ତି ସେ । ଏଥିସହ ସେସିଆଲ୍ ମିଡିଆରେ ନିଜର ଏକ ଭିଡିଓ ପୋଷ୍ଟ କରି କହିଛନ୍ତିଯେ ସେ ଜଣେ ମାନସିକ ରୋଗୀ । ୨୦୨୦ରେ ତାଙ୍କୁ କରୋନା ହୋଇଥିଲା। ସେବେଠାରୁ ସେ ମାନସିକ ଓ ଶାରୀରିକ ଅସୁସ୍ଥ ଅଛନ୍ତି। ଏଥିପାଇଁ ସେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ହେଲେ କିଛି ଦିନ ହେବ ସେ ଔଷଧ ଖାଉନାହାନ୍ତି। ମାନସିକ ଅସୁସ୍ଥତା କାରଣରୁ ସେ ଏପରି କହିଥିବା କହିଛନ୍ତି । ଯାହା କହିଛନ୍ତି, ଭୁଲ କହିଛନ୍ତି । ଭୁଲ ସ୍ୱୀକାର କରିବା ସହ ତାଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିଛନ୍ତି।

Advertisment

କିନ୍ତୁ ସୋସିଆଲ ମିଡିଆରେ ଲୋକେ ଏକଥା ମାନିବାକୁ  ପ୍ରସ୍ତୁତ ନୁହନ୍ତି । ସେମାନେ ଅନୁଭବ କରୁଛନ୍ତି କି ସତ କହି ହରଡ଼ଘଣାରେ ପଡ଼ିବା ପରେ ସଞ୍ଜୟ ମତ ବଦଳାଉଛନ୍ତି। ସାମାଜିକ ଗଣମାଧ୍ୟମରେ ଆସିଥିବା ମତାମତ ଅନୁସାରେ କଥାଟି ଏମିତି।  ଚିଠିଟିଏ ଲେଖିଥିଲି, ଗଣମାଧ୍ୟମରେ ଖୋଲାଖୋଲି କହିଲି, ଆଉ ଶାସ୍ତି ପାଇଲି | ଅବକାରୀ ବିଭାଗର କିଛି ଗୁମର ଯାହା ବଡ଼ବାବୁଙ୍କୁ ଅକଳରେ ପକାଇଲା, ସେଥିପାଇଁ ଛୁଟି ନେବାକୁ କୁହାଗଲା| ଛୁଟି ପାଇଁ ବି ଦରଖାସ୍ତ ଦେଲି, ହେଲେ ତଥାପି ସେମାନଙ୍କର ମନ ମାନି ନଥିଲା | ତାଙ୍କ ହିସାବରେ ହାତଲେଖା ଦରଖାସ୍ତ ବି ଲେଖିଲି | ଯେମିତି କାଲି ଟିଭି ପରଦାରେ ଛାଇ ହୋଇଯାଇଥିଲି, ଠିକ ସେମିତି ନିଜର ଦୁର୍ବଳତାକୁ ମଧ୍ୟ କହିବାକୁ କୁହାଗଲା | ଜୀବନ-ଜୀବିକା ଦାୟରେ ଶେଷରେ ଭିଡିଓଟିଏ କଲି | କରୋନା ଯୋଗୁଁ ମାନସିକ ଭାରସାମ୍ୟ ହରାଇଥିବାର କଥା ମଧ୍ୟ କହିଲି | ସମସ୍ତେ ଭଲ, ମୋ ପାଖେ ଅସୁବିଧା ରହିଛି କହି ସମସ୍ତଙ୍କୁ ତାରିଫ ବି କଲି।

publive-image

publive-image

publive-image

ପୁରୀ ପୁଲିସ ମାସିକିଆ ବଟି ନେଉଥିବା ସହ ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ କିଭଳି ଦାୟିତ୍ୱ ତୁଲାନ୍ତି ସେ ବାବଦରେ ବଖାଣିଥିବା କର୍ମଚାରୀ ଆଜି କ୍ଷମା ମାଗିବା ସହ ତାଙ୍କର ମାନସିକ ସମସ୍ୟା ଥିବାର କହିଛନ୍ତି | ଆଇପିଏସ ଅଫିସର ଆଶିଷ ସିଂହଙ୍କ ଠାରୁ ପ୍ରେରଣା ପାଇ ଚିଠି ଲେଖିବାକୁ ସାହସ ପାଇଥିବା ଅଧିକାରୀ ଜଣକ କେମିତି ବଡ଼ବାବୁମାନଙ୍କ ଚାପରେ ସତକୁ ଚାପି ଦେଇପାରେ ତାହା ଆଜି ଦେଖିବାକୁ ମିଳିଛି ବୋଲି ଚର୍ଚ୍ଚା ଜୋର ଧରିଛି |