ଭୁବନେଶ୍ବର : ଆଜିଠାରୁ ଷୋଡ଼ଶ ବିଧାନସଭାର ଦ୍ବାଦଶ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହାପୂର୍ବରୁ ସୋମବାର ଦିନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ଶ୍ରୀ ଆରୁଖ ବଜେଟ୍ ଅଧିବେଶନରେ ଗୃହର ସୁପରିଚାଳନା ନେଇ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କର ସହଯୋଗ କାମନା କରିଥିଲେ।
ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ଅଧିବେଶନରେ ସ୍ବାସ୍ଥ୍ୟଗତ କାରଣରୁ ଗୃହରେ ଉପସ୍ଥିତ ହୋଇପାରୁନଥିବା ସଦସ୍ୟମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ ବୋଲି ବାଚସ୍ପତି କହିଛନ୍ତି। ଏହାସହ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରେସ୍ ଗ୍ୟାଲେରିରେ ଉପସ୍ଥିତ ରହିପାରିବେ। ସାଧାରଣ ଦର୍ଶକ ମଧ୍ୟ ଦର୍ଶକ ଗ୍ୟାଲେରିକୁ ଆସିପାରିବେ। ଦର୍ଶକମାନଙ୍କୁ ବିଧାୟକଙ୍କ ଜରିଆରେ ଦର୍ଶକ ଗ୍ୟାଲେରି ପାଇଁ ପ୍ରବେଶ ପତ୍ର ପ୍ରଦାନ କରାଯିବ।
ସ୍ବାସ୍ଥ୍ୟଗତ ସମସ୍ୟା ଥିବା ସଦସ୍ୟ ଭିଡିଓ କନଫରେନ୍ସିଂରେ ଯୋଗଦେବେ
ଦର୍ଶକ ଗ୍ୟାଲେରିକୁ ସାଧାରଣ ଦର୍ଶକ ଯାଇପାରିବେ
ବୈଠକ ବର୍ଜନ କଲେ ବିରୋଧୀ ଦଳ ନେତା
/sambad/media/post_attachments/wp-content/uploads/2023/02/m15a-300x117.jpg)
ଏହି ବୈଠକରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଅର୍ଥ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ନେଇ ମତ ରଖିଥିଲେ। ଏହି ଅଧିବେଶନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି।
ଅପରପେକ୍ଷ ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ସର୍ବଦଳୀୟ ବୈଠକ ଅଧାରୁ ଉଠି ଆସିଥିଲେ। ଏନେଇ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ସେମାନଙ୍କର ସଂଖ୍ୟା ଗରିଷ୍ଠତା ଥିବାରୁ ସେମାନେ ମନମାନି କରୁଛନ୍ତି। ଆମର କୌଣସି କଥା ଶୁଣୁନଥିବାରୁ ଆମେ ବୈଠକକୁ ବର୍ଜନ କଲୁ। କରୋନା ସମୟରେ ଭର୍ଚୁଆଲ ମୋଡରେ ବିଧାୟକମାନଙ୍କୁ ଗୃହ ବାହାରେ ରହି ଗୃହ କାର୍ଯ୍ୟରେ ସାମିଲ୍ ହେବାକୁ ଅନୁମତି ମିଳିଥିଲା। ଏବେ ତ କରୋନା ନାହିଁ ତେଣୁ ସମସ୍ତେ ଗୃହକୁ ଆସି ଗୃହ କାର୍ଯ୍ୟରେ ସାମିଲ୍ ହୁଅନ୍ତୁ ବୋଲି କହିଥିଲୁ। କିନ୍ତୁ ବାଚସ୍ପତି ଆମ କଥା ଶୁଣିଲେନି। ତେଣୁ ଆମେ ବୈଠକ ବର୍ଜନ କରିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/m15-2.jpg)