ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାକୁ ମୁକାବିଲା କରିବା ପାଇଁ ୨୧ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ଏହାର ପ୍ରଭାବ ବେଶି ମାତ୍ରାରେ ବାହାର ରାଜ୍ୟରୁ ଏଠାକୁ ଆସି ଗୁପଚୁପ, ଚାଟ, ବାଦାମମିଲ୍କ ଓ ଆଇସକ୍ରୀମ, ବିକ୍ରୀ କରୁଥିବା ବେପାରୀଙ୍କ ଉପରେ ବେଶି ପଡିଛି। ଦିନ ତମାମ ଯାହା ବିକ୍ରୀ କରି ଲାଭ ପାଉଥିଲେ ସେଥିରେ ଅଳ୍ପ କିଛି ସେମାନେ ଚଳିବା ପାଇଁ ରଖି ବଳକା ଲାଭ ପଇସା ବାହାର ରାଜ୍ୟରେ ରହୁଥିବା ପରିବାର ଚଳିବା ପାଇଁ ପଠାଉଥିଲେ। ତେବେ ଅଚାନକ ଭାବେ ଲକ ଡାଉନ ଘୋଷଣା ହେବା ପରେ ସଂପୂର୍ଣ୍ଣ ରୁପେ ବେପାର ଠପ୍ ହୋଇ ପଡିଛି। ଏହାର ପ୍ରଭାବ ଏମାନଙ୍କ ଉପରେ ଯେଉଁ ମାତ୍ରାରେ ପଡିଛି ତାହାର ଦ୍ବିଗୁଣ ପରିବାର ଉପରେ ପଡିଛି ବୋଲି କହିଛନ୍ତି ରାଜସ୍ଥାନରୁ ଆସି ଏଠାରେ ବାଦାମମିଲ୍କ ଓ ଆଇସକ୍ରୀମ ବିକ୍ରୀ କରୁଥିବା ରାଜୁ ପାଠୀ, ଉତ୍ତରପ୍ରଦେଶରୁ ଆସି ଗୁପଚୁପ ବିକ୍ରୀ କରୁଥିବା ବବନ୍ ତିୱାରୀ । ପୂର୍ବରୁ ଘୋଷଣା ହୋଇଥିଲେ ପରିବାର ନିକଟରେ ଯାଇ ରୁହନ୍ତେ କିନ୍ତୁ ଅଚାନକ ହେବା ଫଳରେ ଏମାନେ ଯାଇ ପାରୁନାହାନ୍ତି କି ରହି ପାରୁନାହାନ୍ତି। ପରିବାରର ଚିନ୍ତା ଘାରିଥିବା ବେଳେ ଭୋକ ଉପବାସରେ ଏମାନେ ଏଠାରେ ଓ ପରିବାର ଗାଁରେ ରହିଛନ୍ତି ବୋଲି ଉଭୟ କହିଛନ୍ତି। ଆମ ଉପରେ ନିଶ୍ଚିତ ରୁପେ ଏହା ଚଡ଼କ ପଡିଲା। ପରିବାର ଏହି ପରିସ୍ଥିତିରେ କିଭଳି ରହିଛି ତାହା ଆମ ପାଇଁ ଚିନ୍ତାର ବିଷୟ ବୋଲି ଉଭୟ କହିଛନ୍ତି। ବେପାର ନଥିବା ବେଳେ ଏଠାରେ ରହି ଖାଇବା, ଚଳିବା ଏବଂ ଅଳ୍ପ ଦିନ ମଧ୍ୟରେ ଦେବାକୁ ଥିବା ଘର ଭଡା ଦେବା ବି ଆମ ପାଇଁ ଏବେ ମୁସ୍କିଲ ହୋଇ ପଡିବ, କଣ କରିବୁ ବୋଲି ଚିନ୍ତାରେ ପଡିଛୁ ବୋଲି ଏହି ଉଠା ବେପାରୀ ମାନେ କହିଛନ୍ତି।
ବାହାର ରାଜ୍ୟର ଉଠା ବେପାରୀଙ୍କ ଦୟନୀୟ ଅବସ୍ଥା, ଭୋକ ଉପବାସରେ କଟୁଛି ଦିନ
/sambad/media/post_attachments/wp-content/uploads/2020/03/20200326_101035-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)